ପୁଅ ପାଇଁ କମେଡି ଚଳଚ୍ଚିତ୍ର କରିବାକୁ ଚାହାନ୍ତି ଶିଳ୍ପା

ମୁମ୍ବାଇ: ଅନେକ ଦିନ ହେବ ବଲିଉଡ୍‌ର ପରଦାରେ ନଜର ଆସି ନାହାନ୍ତି ‘ଧଡକନ୍‌’ ନାୟିକା ଶିଳ୍ପା ସେଟ୍ଟୀ। ସେ ନିକଟରେ କିନ୍ତୁ ଅଭିନୟକୁ ନେଇ ତାଙ୍କ ଇଚ୍ଛା ପ୍ରକଟ କରିଛନ୍ତି। ଶିଳ୍ପା ଏଥର କିନ୍ତୁ କୌଣସି ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଚାହାନ୍ତି ନାହିଁ। ସେ କହିଛନ୍ତି କି ‘ମୁଁ ଏକ କମେଡି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଚାହେଁ। ମୋ ପୁଅ ଏପରି ଚଳଚ୍ଚିତ୍ର ଦେଖିବାକୁ ଭଲପାଏ। ମୁଁ ଚାହୁଁଛି ମୁଁ ଅଭିନୟ କରିଥିବା ଚଳଚ୍ଚିତ୍ରକୁ ମୋ ପୁଅ ଦେଖି ମଜା ଉଠାଉ।’ ଜାଣିରଖନ୍ତୁ ଯେ ଶିଳ୍ପାଙ୍କ ସ୍ୱାମୀ ହେଉଛନ୍ତି ପ୍ରସିଦ୍ଧ ବ୍ୟବସାୟୀ ରାଜ କୁନ୍ଦ୍ରା। ତାଙ୍କର ଏକମାତ୍ର ପୁଅଙ୍କ ନାଁ ହେଉଛି ବିହାନ ରାଜ କୁନ୍ଦ୍ରା।

ସେ ୨୦୦୭ ମସିହାରେ ଶେଷ ଥର ପାଇଁ ‘ଅପ୍‌ନେ’ ଚଳଚ୍ଚିତ୍ର ଜରିଆରେ ପରଦାରେ ନଜର ଆସିଥିଲେ। ଶିଳ୍ପା ଜଣାଇଛନ୍ତି ସେ ସେ ଚଳଚ୍ଚିତ୍ରର କାହାଣୀ ଧର୍ମିତାକୁ ନେଇ ବେଶ୍‌ ସଚେତନ। ୪୨ ବର୍ଷୀୟା ଏହି ନାୟିକା କହିଛନ୍ତି ଯେ ଚଳଚ୍ଚିତ୍ର ତାଙ୍କ ଜୀବନର ଏକ ଅଂଶ ପରି। ମାତ୍ର ସେ ଏବେ ଏପରି ଚଳଚ୍ଚିତ୍ର କରିବାକୁ ଚାହାନ୍ତି ଯାହା ସେ ପୂର୍ବରୁ କେବେ କରିନାହାନ୍ତି।

ସମ୍ବନ୍ଧିତ ଖବର