ମୁମ୍ବାଇ: ବଲିଉଡ଼୍ର ହଟ୍ ଆଣ୍ଡ୍ ସେକ୍ସି ହିରୋଇନ୍ ଶିଳ୍ପା ଶେଟ୍ଟି ୨୦୦୯ରେ ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ବିବାହ କରିବାପରେ ଫିଲ୍ମ ଦୁନିଆଁରୁ ଦୂରେଇ ଯାଇଛନ୍ତି। ସେ ନିଜର ସୌନ୍ଦର୍ଯ୍ୟ ଓ ଫଟନେସ୍ ପାଇଁ ଖୁବ୍ ଚର୍ଚ୍ଚାରେ ଅବଶ୍ୟ ରହିଛନ୍ତି। ଖାଲି ସେତିକି ନୁହେଁ,ଶିଳ୍ପା ସେଟ୍ଟି ଜଣେ ବିଜିନେସ ଓମ୍ୟାନ୍ ଭାବେ ବି ଜଣାଶୁଣା।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବି ରାଜ୍ କୁନ୍ଦ୍ରା ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ସେହି ଭଲ ପାଇବା ଦେଉଛନ୍ତି,ଯାହା ତାଙ୍କୁ ବାହାଘର ପରେ ଦେଉଥିଲେ ବୋଲି କୁହାଯାଏ। ଏହି କାରଣରୁ ରାଜ୍ ମଝି ମଝିରେ ଶିଳ୍ପାଙ୍କୁ ମୂଲ୍ୟବାନ୍ ଉପହାର ଦେଇ ଆସୁଛନ୍ତି। ଆସନ୍ତୁ ଜାଣିବା ସେସବୁ କ’ଣ?
ଶିଳ୍ପା ସେଟ୍ଟିଙ୍କ ସହିତ ରାଜ୍ କୁନ୍ଦ୍ରା ମଝିରେ ମଝିରେ ନିଜର ରୋମାଣ୍ଟିକ୍ ଫଟୋ ସୋସିଆଲ୍ ମିଡ଼ିଆରେ ସେଆର୍ କରୁଛନ୍ତି। ଏହାକୁ ଶିଳ୍ପା ଦାମିକା ଉପହାର ବୋଲି ମନେ କରନ୍ତି।
ରାଜ କୁନ୍ଦ୍ରା ଶିଳ୍ପା ସେଟ୍ଟିଙ୍କୁ ବିବାହ ବାର୍ଷିକୀ ଅବସରରେ ଦୁବାଇର ବୁର୍ଜ ଖଲିଫା ଅଞ୍ଚଳରେ ଏକ ଆପାର୍ଟମେଣ୍ଟ ଉପହାର ଦେଇଥିଲେ।ଏହାର ମୂଲ୍ୟ ୫୦ କୋଟି ଟଙ୍କା ବୋଲି କୁହାଯାଇଛି।
ରାଜ୍ କୁନ୍ଦ୍ରା ବିବାହ ସମୟରେ ଶିଳ୍ପାଙ୍କୁ ଏକ ହୀରାର ମୁଦି ଉପହାର ଦେଇଥିଲେ,ଯାହାର ମୂଲ୍ୟ ୩ କୋଟି ଟଙ୍କା ଥିଲା। ଖାଲି ସେତିକି ନୁହେଁ ଶିଳ୍ପାଙ୍କୁ ୫୦ ଲକ୍ଷ ଟଙ୍କାର ଏକ ଲେହେଙ୍ଗା ବି ଦେଇଥିଲେ।
ରାଜ୍ ଶିଳ୍ପାଙ୍କୁ ମୁମ୍ବାଇରେ କିନାରା ନାମକ ଏକ ବଙ୍ଗଳା ବି ଉପହାର ଦେଇଛନ୍ତି। ଏହି ବଙ୍ଗଳା କିଣିବାର ସ୍ୱପ୍ନ ଦେଖୁଥିଲେ ଶିଳ୍ପା। ସେ ଇଂଲଣ୍ଡରେ ବି ୭ କୋଠରୀ ବିଶିଷ୍ଟ ଏକ ଆଲିସନ୍ ବଙ୍ଗଳା ବି ଶିଳ୍ପାଙ୍କୁ ଦେଇଛନ୍ତି। ସେ ଅନେକ ଗୁଡ଼ିଏ ଦାମିକା କାର୍ ବି ଉପହାର ଦେଇଛନ୍ତି ପତ୍ନୀ ଶିଳ୍ପାଙ୍କୁ।