‘ମୁଁ ଅନ୍ତସତ୍ତ୍ୱା ନୁହେଁ’, ଶିଳ୍ପା ଏପରି କାହିଁକି କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଫିଟନେସ୍‌ ଫ୍ରିକ ଏକ୍ଟଟ୍ରେସ୍‌ ଶିଳ୍ପା ସେଟ୍ଟୀ ଅନ୍ତସତ୍ତ୍ୱା ଅଛନ୍ତି ବୋଲି ନିକଟରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଖବରକୁ ଖଣ୍ଡନ କରି ଶିଳ୍ପା ଆଜି ଟୁଇଟର କରି ଲେଖିଛନ୍ତି, ମୋର ବାହାର ସ୍ୱାସ୍ଥ୍ୟ ଭଳି ଭିତର ସ୍ୱାସ୍ଥ୍ୟ ଠିକ୍‌ ଅଛି କି ନାହିଁ ତାହାର ସାଧାରଣ ପରୀକ୍ଷା କରିବାକୁ କ୍ଲିନିକ୍‌ ଯାଇଥିଲି। ସୋସିଆଲ ମିଡିଆରେ ମୁଁ ଅନ୍ତସତ୍ତ୍ୱା ଅଛି ବୋଲି ଯେଉଁ ଖବର ଉଠଛି ତାହା ଏକ ଗୁଜବ ଅଟେ। ଏଥିରେ କୌଣସି ସତ୍ୟତା ନାହିଁ, ଯଦି ଏପରି ଯଦି କିିିଛି ଥାଆନ୍ତା ମୁଁ ନିଶ୍ଚିୟ ଗଣମାଧ୍ୟମକୁ ଜଣାଇ ଥାଆନ୍ତି।

ନିକଟରେ ଶିଳ୍ପା ଏକ କ୍ଲିନିକ୍‌ରୁ ବାହାରକୁ ବାହାରୁଥିବା ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋକୁ ଦେଖି ଶିଳ୍ପ ସେଟ୍ଟୀ ଅନ୍ତସତ୍ତ୍ୱା ଥିବା କଥା କୁହାଯାଇଥିଲା। ଏହି ଫଟୋରେ ଦେଖିବାକୁ ମିଳୁଛି, ଶିଳ୍ପା ଏକ ଲ୍ୟାବ୍‌ରୁ ବାହାରକୁ ବାହାରୁଥିବା ସମୟରେ ହାତରେ ଏକ ଫାଇଲ ନେଇ ଯାଉଛନ୍ତି। ଏହି ଫାଇଲ୍‌କୁ ନେଇ ବି ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା କି, ଶିଳ୍ପା ସମସ୍ତ ଟେଷ୍ଟ ଠିକ୍‌ ଅଛି ତ !

ସମ୍ବନ୍ଧିତ ଖବର