ଫିଲ୍ମ ‘ବାଜିଗର’ର ସୁଟିଂ ସମୟରେ କାଜୋଲଙ୍କୁ ଏହି ଗୀତ ମିଳିବାରୁ ରାଗି ଯାଇଥିଲେ ଶିଳ୍ପା

ମୁମ୍ବାଇ : ଫିଲ୍ମ ‘ବାଜିଗର’ରୁ ବଲିଉଡ୍‌ରେ ପାଦ ରଖିଥିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ ଅଭିନେତା ଶାହାରୁଖ୍‌ ଖାନ୍‌ ଏବଂ ଅଭିନେତ୍ରୀ କାଜୋଲ ଦେବଗନ । ଫିଲ୍ମ ଶିଳ୍ପାଙ୍କ ଅପେକ୍ଷା କାଜୋଲଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ସୁଟିଂ ସମୟରେ ଶିଳ୍ପା କାଜୋଲଙ୍କ ଉପରେ ରାଗି ଯାଇଥିଲେ ବୋଲି ନିଜେ ସ୍ୱୀକାର କରିଛନ୍ତି ।

Bollyy

ରିୟାଲିଟି ସୋ’ ‘ସୁପର ଡ୍ୟାନ୍‌ସ-୩’ରେ ଶିଳ୍ପା ଜଜ୍‌ ଥିବା ବେଳେ ଅତିଥି ହୋଇ ଆସିଥିଲେ ୯୦ଦଶକର ଗାୟକ କୁମାର ସାନୁ । ଏହି ସମୟରେ ଶିଳ୍ପା ନିଜର ପୁରୁଣା ଦିନ ମନେ ପକାଇବା ସହ କାଜୋଲଙ୍କ ଉପରେ ରାଗିବାର କାରଣ ଜଣାଇଥିଲେ । ତାଙ୍କ କହିବା ଅନୁଯାୟୀ, ‘କାଲି କାଲି ଆଖେଁ’ ଗୀତ ମୋତେ ନେଇ ନିର୍ମାଣ କରାଯାଉ ବୋଲି ମୁଁ ଚାହୁଁଥିଲି । କିନ୍ତୁ ଗୀତଟି କାଜୋଲଙ୍କୁ ମିଳି ଯାଇଥିଲା । ଗୀତ ସହ ତାଙ୍କର କୌଣସି ତାଳ ମେଳ ନଥାଇ ମଧ୍ୟ ତାଙ୍କୁ କିଭଳି ନିଆଗଲା, ସେ ବିଷୟରେ ମୁଁ ଭାବିବା ସହ ମନ ଦୁଃଖ କରିଥିଲି । ପରେ ଗୀତଟି ସୁପରହିଟ୍‌ ହେବା ପରେ ମୋ ମନ ଆହୁରି ଦୁଃଖ ହୋଇ ଯାଇଥିଲା ବୋଲି କହିଥିଲେ ଶିଳ୍ପା ।

ସମ୍ବନ୍ଧିତ ଖବର