ଶିଳ୍ପା ସିନ୍ଦେଙ୍କ ବିବାଦୀୟ ବୟାନ : ମୋତେ ପାକିସ୍ତାନରେ କାମ କରିବାରୁ କେହି ରୋକି ପାରିବେ ନାହିଁ

ମୁମ୍ବାଇ : ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ଲାଗି ରହିଥିବା ବେଳେ ବଲିଉଡ୍‌ କଣ୍ଠଶିଳ୍ପୀ ମିକା ସିଂହ ପାକିସ୍ତାନ ଯାଇ ସଙ୍ଗୀତ ପରିବେଷଣ କରିଥିଲେ । ଏଥି ପାଇଁ ତାଙ୍କ ଉପରେ ଅଲ୍‌ ଇଣ୍ଡିଆ ସିନେ ଓ୍ଵାର୍କସ୍‌ ଆସୋସିଏସନ୍‌ ଓ ଫେଡେରେସନ ଅଫ୍‌ େଓ୍ଵଷ୍ଟର୍ଣ୍ଣ ସିନେ ଏମ୍ପ୍ଲଇଜ୍ ଦ୍ୱାରା ପ୍ରତିବନ୍ଧକ ଲଗାଯାଇଥିଲା । କିନ୍ତୁ ମିକା ନିଜ ଭୁଲ ପାଇଁ କ୍ଷମା ମାଗିବାରୁ ଶୁକ୍ରବାର ତାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା । ଏହି ମାମଲାକୁ ନେଇ ଏବେ ଅଭିନେତ୍ରୀ ଶିଳ୍ପା ସିନ୍ଦେ ବିବାଦୀୟ ବୟାନ ଦେଇଛନ୍ତି । ତାଙ୍କ ଅନୁଯାୟୀ, ପାକିସ୍ତାନ ନିମନ୍ତ୍ରଣ କଲେ ମୁଁ ନିଶ୍ଚୟ ସେଠାକୁ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଯିବି । ମୋତେ କେହି ରୋକି ପାରିବେ ନାହିଁ ।

Image result for shilpa-shinde
India Today

ଶିଳ୍ପାଙ୍କ କିଛି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନା ନ ନେଇ ଅଲ୍‌ ଇଣ୍ଡିଆ ସିନେ ଓ୍ଵାର୍କସ୍‌ ଆସୋସିଏସନ୍‌ ଓ ଫେଡେରେସନ ଅଫ୍‌ େଓ୍ଵଷ୍ଟର୍ଣ୍ଣ ସିନେ ଏମ୍ପ୍ଲଇଜକୁ ଚେତାବନୀ ଦେଉଥିବାର ଦେଖାଯାଇଛି । ଯଦି ମୋ ଦେଶ ମୋତେ ଭିସା ଦେଉଛି ଓ ପାକିସ୍ତାନ ମୋତେ ସ୍ୱାଗତ କରୁଛି, ତେବେ ମୁଁ ନିଶ୍ଚୟ ପାକିସ୍ତାନ ଯାଇ କାମ କରିବି । ଏହା ମୋର ଅଧିକାର । ମୋତେ କେହି ରୋକି ପାରିବେ ନାହଁ, କାରଣ ମୁଁ ଜଣେ କଳାକାର । କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗା ଯାଇ ପାରିବ ନାହିଁ ବୋଲି ଭିଡିଓରେ କହିଛନ୍ତି ଶିଳ୍ପା । ତେବେ ତାଙ୍କର ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ତାହା ଧିରେ ଧିରେ ବିବାଦୀୟ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର