କରୋନା ସଂକ୍ରମଣ ଭୟରେ ସ୍ଥଗିତ ରହିଲା ‘ଦ କପିଲ ଶର୍ମା ସୋ’ର ସୁଟିଂ, ପବ୍-ବାର୍ ହେଲା ବନ୍ଦ

ମୁମ୍ବାଇ: ସାରା ବିଶ୍ବରେ ଏବେ କରୋନାଭାଇରସ୍ ୧୬୭ଟି ଦେଶ ଆକ୍ରାନ୍ତ ହୋଇଥିବା ବେଳେ ଭାରତରେ ପ୍ରାୟ ୧୪୭ଜଣ ଏହି ଭାଇରସର ଶିକାର ହୋଇ ସାରିଛନ୍ତି। ଦିନକୁ ଦିନ ଏହି ଭାଇରସ ନିଜର କାୟା ବିସ୍ତାର କରୁଥିବା ସହ ବିଭିନ୍ନ ଦେଶର ସରକାର ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ସତର୍କ କରାଇବାରେ ଲାଗିପଡ଼ିଛନ୍ତି। ତେବେ ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍କୁଲ-କଲେଜ ସମେତ ମଲ୍ ମଧ୍ୟ ବନ୍ଦ କରାଯାଇସାରିଥିବା ବେଳେ ଏବେ ସବୁଠାରୁ ଚର୍ଚ୍ଚିତ ଲୋକପ୍ରିୟ ରିୟାଲିଟି ସୋ’ ଦ କପିଲ ଶର୍ମା ସୋ’ର ସୁଟିଂ ବନ୍ଦ କରିଦିଆଯାଇଥିବା ଜଣା ପଡ଼ିଛି।

'पूरा विश्व अदृश्य सेना के खिलाफ युद्ध लड़ रहा है'
oneindia.com

ମାୟାନଗରୀ ମୁମ୍ବାଇରେ ପବ୍-ବାର୍, ସ୍କୁଲ-କଲେଜ୍ ଏବଂ ମଲ୍ ବନ୍ଦ ହୋଇସାରିଥିବା ବେଳେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଏବେ ଫିଲ୍ମ ସହ ବିଭିନ୍ନ ଧାରାବାହିକର ସୁଟିଂକୁ ମଧ୍ୟ ସ୍ଥଗିତ ରଖାଯାଇଛି। ମିଳିଥିବା ସୂଚନା ମୁତାବକ, ମାର୍ଚ୍ଚ ୧୮ରେ କପିଲ ଶର୍ମାଙ୍କ ସୋ’ର ଏକ ଅଧ୍ୟାୟର ସୁଟିଂ ହେବାକୁ ଥିବା ବେଳେ ସଂଂକ୍ରମଣକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଛି। ଷ୍ଟାରକାଷ୍ଟଠାରୁ ଆରମ୍ଭ କରି ସମସ୍ତ କ୍ର୍ୟୁ ସଦସ୍ୟଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର