ରିଲିଜ୍‌ ହେଲା ସର୍ଟଫିଲ୍ମ ‘ଅଧାଲେଖା ଚିଠି’

ଭୁବନେଶ୍ୱର : କେବଳ ସିନେମା ବଡ଼ ସ୍କ୍ରିନ ବା ସିନେମା ହଲ ପାଇଁ ନିର୍ମାଣ କରାଯାଏ ତାହା ନୁହେଁ, ଏବେ ସିନେମା ପ୍ରଦର୍ଶନ ପାଇଁ ୟୁଟ୍ୟୁବ୍‌ ଏକ ଭଲ ପ୍ଲାଟଫର୍ମ ହୋଇଯାଇଛି। ଫଳରେ ବହୁସଂଖ୍ୟାରେ ସର୍ଟଫିଲ୍ମ ବା କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମିତ ହୋଇ ୟୁଟ୍ୟୁବ୍‌ରେ ରିଲିଜ୍‌ ହେଉଛି। ବର୍ତମାନ ସମୟରେ ପ୍ରାୟ ସବୁ ଭାଷାରେ ଏପର ସର୍ଟଫିଲ୍ମ ନିର୍ମାଣ ହେଲାଣି। ଓଡ଼ିଆ ଇଣ୍ଡଷ୍ଟ୍ରିରେ ବି ଏଥିରେ ପଛରେ ନାହିଁ।

ଫୋନିକ୍‌ସ ଫିଲ୍ମ ଲ୍ୟାବ୍‌ର ଭିଟ୍ୟୁନ୍‌ସ ପ୍ରୋ ଓ ପଢ଼ିଆରୀ କ୍ରିଏଟିଭ୍‌ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତିି ଏକ ନିଆରା ପ୍ରେମ କାହାଣୀକୁ ନେଇ ସର୍ଟଫିଲ୍ମ ’ଅଧାଲେଖା ଚିଠି’। ମାତ୍ର ୨୨ ମିନିଟର ଏହି ସର୍ଟଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ପାଢୀ। ଗୀତ, କାହାଣୀ ଓ ଚିତ୍ରନାଟ୍ୟ ମାନସ ପଢିଆରୀ ଲେଖିଥିଲା ବେଳେ, ସଙ୍ଗୀତ ଦେଇଛନ୍ତି ଶ୍ରୀକାନ୍ତ ପଣ୍ଡା। ଲୋକପ୍ରିୟ ଗାୟକ ରତିକାନ୍ତ ଶତପଥୀ ଏହାର ଗୀତ ଗାଇଛନ୍ତି । ଶିବାନନ୍ଦ ଜେନା ଏଡିଟିଙ୍ଗ କରିଥିଲା ବେଳେ, ସତ୍ୟମ ଶିବମ ସୁନ୍ଦରମ କ୍ୟାମେରା ନିର୍ଦ୍ଦେଶକ ଅଛନ୍ତି।
ମୁଖ୍ୟ ଭୂମିକାରେ ଅଛନ୍ତି ସାର୍ଥକ ଟିଭିର ସିନ୍ଦୁର ବିନ୍ଦୁ’ର ଲୋକପ୍ରିୟ କଳାକାର ଚିନ୍ମୟ ଓ ଲଗାତାର ଦୁଇ ବର୍ଷ ହେଲା ତରଙ୍ଗ ପରିବାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଥିବା ’ଆମ ଘର ଲକ୍ଷ୍ମୀ’ର ଶ୍ରଦ୍ଧା ଓ ନବାଗତା ସୋନାଲି।

୧୯୯୮ ମସିହାର ଏକ କାହାଣୀକୁ ନେଇ ଗତିଶୀଳ ଅଧାଲେଖା ଚିଠି। ଖଡଗପୁରରେ ଆଇଆଇଟି ପଢୁଥିବା ବିରାଜ ୩ବର୍ଷ ପରେ ଗାଁକୁ ଫେରୁଥିବା ବେଳେ ଟ୍ରେନରେ ତାଙ୍କ ଗାଁର ଝିଅ ମିତା ସହ ଦେଖା ହେଉଛି। ତାପରେ କାହାଣୀ ପ୍ରେମ ଓ ରୋମାଂଚରେ କିପରି ଆଗେଇଛି, ତାହା ଫିଲ୍ମରେ ଦର୍ଶାଯାଇଛି। ଫିଲ୍ମଟି ଭିଟ୍ୟୁନ୍‌ସ ପ୍ରୋ ୟୁଟ୍ୟୁବ୍‌ ଚାନେଲରେ ରିଲିଜ ହୋଇ ବେଶ ଲୋକପ୍ରିୟ ହୋଇଛି।

ସମ୍ବନ୍ଧିତ ଖବର