ବଲିଉଡ୍‌ ଫିଲ୍ମ ଦୁନିଆରେ ଆଉ ଜଣେ ଶ୍ରଦ୍ଧା

ବଲିଉଡ୍‌ ଫିଲ୍ମ ଦୁନିଆରେ ଆଉ ଜଣେ ଶ୍ରଦ୍ଧା ପାଦ ଥାପିଛନ୍ତି। ତାଙ୍କର ପୂରା ନାମ ଶ୍ରଦ୍ଧା ଶ୍ରୀନାଥ। ତିଗ୍ମାଂଶୁ ଧୂଲିୟାଙ୍କ ଆଗାମୀ ଫିଲ୍ମ ‘ମିଲନ୍‌ ଟକିଜ୍‌’ର ସୁଟିଂରେ ସେ ଏବେ ବ୍ୟସ୍ତ। ଶ୍ରଦ୍ଧା କନ୍ନଡ଼ିଗ ବ୍ରାହ୍ମଣ। ତାଙ୍କ ପିତା ଭାରତୀୟ ସେନା ବାହିନୀର କୁମାଉଁ ରେଜିମେଣ୍ଟ୍‌ର ଉଚ୍ଚ ପଦସ୍ଥ କର୍ମଚାରୀ। ତାଙ୍କ ମାତା ଶିକ୍ଷୟିତ୍ରୀ। ଶ୍ରଦ୍ଧାଙ୍କ ଜନ୍ମ ଜମ୍ମୁ-କଶ୍ମୀର ଅନ୍ତର୍ଗତ ଉଧମପୁରରେ ହୋଇଥିଲା। ପିତାଙ୍କ ଚାକିରି କାରଣରୁ ତାଙ୍କ ଶୈଶବ-କୈଶୋର ଭାରତର ବିଭିନ୍ନ ସ୍ଥାନରେ କଟିଥିଲା।

ଦ୍ୱାଦଶ ଉତ୍ତୀର୍ଣ୍ଣ ହେବା ପରେ ଆଇନ ପଢ଼ିବା ପାଇଁ ସେ ବେଙ୍ଗଲୁରୁ ଆସିଥିଲେ। ଆଇନରେ ଡିଗ୍ରି ହାସଲ ପରେ ଓକିଲାତି ଆରମ୍ଭ କରିଥିଲେ। ତେବେ, ଇଚ୍ଛା ଥିଲା ଗ୍ଲାମର୍‌ ଦୁନିଆରେ ନାମ କମାଇବେ। ଏଥି ପାଇଁ ପ୍ରଚେଷ୍ଟା ଚାଲିଥିଲା। ମଡେଲିଂ କରୁଥିଲେ। ୨୦୧୫ରେ ଏକ ମଲୟାଲମ ଫିଲ୍ମ ମିଳିଥିଲା। ଅଦ୍ୟାବଧି ଦଶରୁ ଅଧିକ ଦକ୍ଷିଣୀ ଫିଲ୍ମରେ ଅଭିନୟ କରିସାରିଲେଣି। ବଲିଉଡ୍‌ରେ ଉଜ୍ଜ୍ୱଳ ଭବିଷ୍ୟତ୍‌ ବାବଦରେ ସେ ଆଶାବାଦୀ।

 

ସମ୍ବନ୍ଧିତ ଖବର