ଶ୍ରଦ୍ଧା କପୁରଙ୍କ ସହ ସମସ୍ତ ସଂପର୍କ ତୁଟାଇଲେ ଫର୍‌ହାନ,ଏହି ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ଫର୍‌ହାନ୍‌ ଅଖ୍‌ତର ଏବଂ ଶକ୍ତି କପୁରଙ୍କ ତନୟା ଶ୍ରଦ୍ଧା କପୁରଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ପୂର୍ବରୁ ଅନେକ ଚର୍ଚ୍ଚା ହୋଇ ସାରିଛି । କିଛି ଦିନ ପୂର୍ବରୁ ଦୁହେଁ ଲିଭ୍‌ ଇନ୍‌ରେ ରହୁଥିବାର ଚର୍ଚ୍ଚା ଜୋର ଧରିଥିଲା । ଶ୍ରଦ୍ଧା ଏବଂ ଫର୍‌ହାନଙ୍କ ପ୍ରେମ ସଂପର୍କରେ ଶ୍ରଦ୍ଧାଙ୍କ ବାପା ତଥା ଅଭିନେତା ଶକ୍ତି କପୁର ମଧ୍ୟ ଖୁସି ନ ଥିବା ଚର୍ଚ୍ଚା ହୋଇଥିଲା । ଦୁହିଁଙ୍କ ପ୍ରେମର ଏଭଳି ଅନେକ ଚର୍ଚ୍ଚା ହେବା ପରେ ଏବେ ଦୁହିଁଙ୍କ ମଧ୍ୟରେ କୌଣସି ସଂପର୍କ ନଥିବା ଜଣା ପଡ଼ିଛି । ଫର୍‌ହାନ ଏବେ ଶ୍ରଦ୍ଧାଙ୍କୁ ଛାଡ଼ି ଅଭିନେତ୍ରୀ ଶିବାନୀ ଦାଣ୍ଡେକରଙ୍କୁ ଡ଼େଟ୍‌ କରୁଥିବା ଜଣା ପଡ଼ିଛି ।

India Today

ଦୁହେଁ ଏବେ ପ୍ରେମ ସଂପର୍କରେ ଥିବା ବେଳେ ଫର୍‌ହାନ୍‌ ଏବେ ଶ୍ରଦ୍ଧାଙ୍କଠାରୁ ସମସ୍ତ ସଂପର୍କ ଛିନ୍ନ କରିଥିବା ଜଣା ପଡ଼ିଛି । ତେବେ ଏପରି ହେବା ପଛରେ ଶକ୍ତି କପୁରଙ୍କ ହାତ ଥିବା ଖବର ମିଳିଛି । ଦୁହିଁଙ୍କ ସଂପର୍କକୁ ନେଇ ଶକ୍ତି କପୁର ଅରାଜି ଥିବାରୁ ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ିଥିଲା । ଯାହା ଫଳରେ ଫର୍‌ହାନ ଶ୍ରଦ୍ଧାଙ୍କୁ ଛାଡ଼ି ଶିବାନୀଙ୍କୁ ଡ଼େଟ୍‌ କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର