‘ସ୍ତ୍ରୀ’ର ସୁଟିଂ ସମୟରେ ଉପରୁ ଖସି ପଡ଼ିଲେ ଲାଇଟ୍‌ସ୍‌ମ୍ୟାନ୍‌, କାରଣ ପଚାରିବା ପରେ ଉତ୍ତର ଶୁଣି ଶ୍ରଦ୍ଧା କପୁର ହୋଇଥିଲେ ଭୟଭୀତ

ମୁମ୍ବାଇ : ରିଲିଜ ହେବାକୁ ଯାଉଛି ଫିଲ୍ମ ‘ସ୍ତ୍ରୀ’ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁର । ଫିଲ୍ମଟି ହରର୍‌ କମେଡ଼ି ହୋଇଥିବା ବେଳେ ଫିଲ୍ମର କଳାକାର ଏବେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତେବେ ଫିଲ୍ମର ପ୍ରମୋସନ ସମୟରେ ଶ୍ରଦ୍ଧା ସୁଟିଂ ସମୟରେ ଏକ ଘଟଣା ସମସ୍ତଙ୍କ ସହ ସେୟାର କରିଥିଲେ, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମଟି ଅଗଷ୍ଟ ୩୧ରେ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମ ସହ ଜଡ଼ିତ ରୋଚକ ତଥ୍ୟ ବିଷୟରେ କହିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର ।

TeluguCinema.com

ଫିଲ୍ମର ପ୍ରମୋସନ ପାଇଁ ଯାଇଥିବା ବେଳେ ଶ୍ରଦ୍ଧାଙ୍କୁ ଭୂତ ଉପରେ ବିଶ୍ୱାସ କରନ୍ତି କି ନାହିଁ ବୋଲି ପଚରାଯାଇଥିଲା । ପ୍ରଶ୍ନ ଶୁଣିବା ପରେ ସେ କହିଥିଲେ, “ମୁଁ ବିଶ୍ୱାସ କରେ ନାହିଁ, କିନ୍ତୁ ମୋତେ ଭୂତ ଫିଲ୍ମ ଡ଼ର ଲାଗେ । ସେଥିପାଇଁ ମୁଁ ଭୂତ ଫିଲ୍ମ ଦେଖେ ନାହିଁ । ରହିଲା ଭୂତ ଉପରେ ବିଶ୍ୱାସ କରିବା କଥା। ଆମ ସୁଟିଂ ସେଟ୍‌ରେ ଘଟିଥିବା ଘଟଣା ପରଠାରୁ ମୁଁ ମଧ୍ୟ ଟିକେ ଟିକେ ବିଶ୍ୱାସ କରିବାକୁ ଲାଗିଛି । ଫିଲ୍ମର ସୁଟିଂ ଚନ୍ଦେରିରେ ଚାଲୁଥିବା ବେଳେ ଆମର ଜଣେ ଲାଇଟ୍‌ମ୍ୟାନ୍‌ ତଳକୁ ଖସି ପଡ଼ିଥିଲେ । ହଠାତ୍‌ ଏପରି କେମିତି ହେଲା ବୋଲି କାରଣ ପଚରାଯିବା ପରେ ମୋତେ କେହି ଧକ୍କା ଦେଲା ଭଳି ଅନୁଭବ ହେଲା ବୋଲି ସେ କହିଥିଲେ । ତାଙ୍କ ଠାରୁ ଏ କଥା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଡ଼ରି ଯାଇଥିଲେ।”

ସମ୍ବନ୍ଧିତ ଖବର