ଚୁପ୍‌ ଚାପ୍‌ ବାହା ହେଲେ ଅଜୟ ଦେବଗନଙ୍କ ଏହି ନାୟିକା !

ବହୁଚର୍ଚ୍ଚିତ ସିନେମା ‘ଦୃଶ୍ୟମ୍‌’ରେ ଅଜୟ ଦେବଗନଙ୍କ ପତ୍ନୀ ଭୂମିକା ନିଭାଇଥିବା ଅଭିନେତ୍ରୀ ଚୁପ୍‌ଚାପ୍‌ ବିବାହ କରିଛନ୍ତି। ଏହି ଅଭିନେତ୍ରୀ ଜଣକ ହେଲେ ଶ୍ରୀୟା ସରନ୍‌। ପ୍ରାପ୍ତ ସୂଚନା ଅନୁଯାୟୀ, ଶ୍ରୀୟା ସରନ୍‌ ଗତ ମାର୍ଚ୍ଚ ୧୨ ତାରିିଖରେ ନିଜର ରୁଷୀୟ ବୟଫ୍ରେଣ୍ଡ୍‌ ଆଣ୍ଡ୍ରେଇ କୃଶଚେଭ୍‌ଙ୍କୁ ବାହା ହୋଇଛନ୍ତି । ଏହି ବିବାହ ଉତ୍ସବରେ ଶ୍ରୀୟାଙ୍କ ବ୍ୟତୀତ ବଲିଉଡ଼୍‍ ଷ୍ଟାର୍‌ ମନୋଜ ବାଜପେୟୀ ଓ ଶବାନା ଆଜମୀ ଉପସ୍ଥିତ ଥିଲେ। ମୁମ୍ବାଇର ଲୋଖଣ୍ଡଓ୍ଵାଲାଠାରେ ଏହି ବାହାଘର ଉତ୍ସବ ଅନୁଷ୍ଠିତ ହୋଇଥିଲା। ହିନ୍ଦୁ ପରଂପରା ଅନୁସାରେ ଏହି ବିବାହ ସଂପନ୍ନ ହୋଇଥିବା ଜଣାଯାଉଛି।

ଶ୍ରୀୟାଙ୍କ ସ୍ୱାମୀ ଜଣେ ଜାତୀୟ ଟେନିସ୍‌ ପ୍ଲେଆର୍‌। ସାଉଥ୍‌ର ଜଣେ ଟପ୍‌ ଷ୍ଟାର୍‌ ଭାବେ ପରିଚିତା ଶ୍ରୀୟାଙ୍କ ନାଆଁ ଆଗରୁ େଓ୍ଵଷ୍ଟ୍‍ଇଣ୍ଡିଜ୍‌ର କ୍ରିକେଟର୍‌ ଇଭେନ୍‌ ବ୍ରାବୋଙ୍କ ସହ ଯୋଡ଼ା ହୋଇଥିଲା।

telugu360.com

ସାଉଥ୍‌ରେ ଶ୍ରେୟାଙ୍କୁ ଫିଲ୍ମ ‘ଶିବାଜୀ’(୨୦୦୭)ରୁ ଏକ ଖାସ୍‌ ପରିଚୟ ମିଳିଥିଲା। ଏହି ସିନେମାରେ ସେ ସାଉଥ୍‌ ମେଗାଷ୍ଟାର୍‌ ରଜନୀକାନ୍ତଙ୍କ ସହ ସ୍କ୍ର୍ରିନ୍‌ ସେଆର୍‌ କରିଥିଲେ। ‘ଶିବାଜୀ’ର ସିଲଭର୍‌ ଜୁବୁଲି ଫଙ୍କସନ୍‌ରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍‌.କରୁଣାନିଧିଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥିଲା। ସେଠାରେ ଶ୍ରେୟା ଡ଼ିପ୍‌ନେକ୍‌ ଥିବା ହ୍ଵାଇଟ୍‌ ଡ୍ରେସ୍‌ ପିନ୍ଧି ପହଞ୍ଚଥିଲେ। ଏହାକୁ ନେଇ ଖୁବ୍‌ ହୋହଲ୍ଲା ହୋଇଥିଲା। ଏଥିପାଇଁ ପରେ ଶ୍ରୀୟାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।
୨୦୦୩ରେ ଶ୍ରୀୟା ସରନ୍‌ ‘ତୁଝେ ମେରି କସମ୍‌…’ ଫିଲ୍ମରେ ବଲିଉଡ଼୍‍ ଡ଼େବ୍ୟୁ କରିଥିଲେ। ଏହାପରେ ସେ ‘ଥୋଡ଼ା ତୁମ୍‌ ବଦଲୋ ଥୋଡ଼ା ହମ୍‌’, ‘ଶୁକ୍ରିୟା’ ଓ ‘ଆଓ୍ଵାରାପନ୍‌’ ଆଦି ହିନ୍ଦୀ ଫିଲ୍ମରେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର