ଲିକ୍‌ ହେଲା ଅଭିନେତ୍ରୀ ଅକ୍ଷରା ହସନ୍‌ଙ୍କ ବ୍ୟକ୍ତିଗତ ଫଟୋ, ସୋସିଆଲ ମିଡିିଆରେ ଭାଇରାଲ ହେଉଛି

ନୂଆଦିଲ୍ଲୀ : ଦକ୍ଷୀଣ ଭାରତୀୟ ଫିଲ୍ମର ସୁପରଷ୍ଟାର କମଲ ହସନ୍‌ଙ୍କ ସାନ ଝିଅ ଅଭିନେତ୍ରୀ ଅକ୍ଷରା ହସନ୍‌ ଏବେ ନିଜ ବ୍ୟକ୍ତିଗତ ଫଟୋ ଭାଇରାଲ ହେବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ହଠାତ୍‌ ସୋସିଆଲ ମିଡ଼ିଆରେ ତାଙ୍କର କିଛି ବ୍ୟକ୍ତିଗତ ଫଟୋ ଲିକ୍‌ ହେବା ପରେ ତାଙ୍କୁ ନେଇ ଲୋକେ ବିଭିନ୍ନ ଚର୍ଚ୍ଚା ଆରମ୍ଭ କରିଛନ୍ତି । ତେବେ ଭାଇରାଲ ହେଉଥିବା ଫଟୋରେ ଅକ୍ଷରା ନିଜେ ଅଛନ୍ତି ନା ତାଙ୍କ ଫଟୋ ସହ କିଛି ଏଡ଼ିଟିଂ କରାଯାଇ ଏପରି କରାଯାଇଛି  ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । ଅକ୍ଷରା ପ୍ରଥମ ନୁହନ୍ତି, ତାଙ୍କ ପୂର୍ବରୁ ଅଭିନେତ୍ରୀ ଆମି ଜାକ୍‌ସନ୍‌ଙ୍କ ଫୋନ ହ୍ୟାକ୍‌ କରି ତାଙ୍କ ବ୍ୟକ୍ତିଗତ ଫଟୋକୁ ଲିକ୍‌ କରି ଦିଆଯାଇଥିଲା ।

IBTimes India

ସୂଚନା ମୁତାବକ, ଅକ୍ଷରା ୨୦୧୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶମିତାଭ’ ଜରିଆରେ ବଲିଉଡ଼୍‍ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ସାଉଥ୍‌ ସୁପରଷ୍ଟାର ଧନୁଷ ।

ସମ୍ବନ୍ଧିତ ଖବର