ଝିଅ ଶ୍ୱେତାଙ୍କ ସହ ଅଟୋରେ ବୁଲିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଏକମାତ୍ର ଝିଅ ଶ୍ୱେତା ନନ୍ଦା ସବୁବେଳେ ନିଜକୁ ଲାଇମ୍‌ ଲାଇଟ୍‌ରୁ ଦୂରେଇ ରଖିଥାନ୍ତି । ତେବେ ନିକଟରେ ଝିଅ ସହ ଅଟୋରେ ବସି ବୁଲିବାର ମଜା ନେଉଥିବାର ଏକ ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି ବିଗ୍‌ ବି । ନିଜକୁ କ୍ୟାମେରାଠାରୁ ସବୁବେଳେ ଦୂରେଇ ରଖିଥିବା ଶ୍ୱେତାଙ୍କୁ ନିକଟରେ ତାଙ୍କ ପିତାଙ୍କ ସହିତ ଏକ ବିଜ୍ଞାପନରେ ଦେଖାଯିବ। ବିଗ୍‌ ବି ଏହାର ସୁଟିଂ ସମୟର ଫଟୋ ଟୁଇଟ୍‌ କରି ଏହା ବିଷୟରେ ସୂଚନା ଦେଇଥିଲେ ।
ବିଗ୍‌ ବି ଶ୍ୱେତାଙ୍କ ସହ ଏହି ଫଟୋ ପୋଷ୍ଟ କରିବା ସହ ଏହାର କ୍ୟାପସନ୍‌ରେ ଲେଖିଛନ୍ତି “ମୁଁ ଆଜି ଯାତ୍ରାର ସବୁଠାରୁ ଖାସ ମାଧ୍ୟମ ଅଟୋ ରିକ୍ସାରେ ମୋର କର୍ମସ୍ଥଳୀକୁ ଯାଉଛି। ଆପଣ ଏହାକୁ ରିକ୍ସା , ଅଟୋ , ରିକ୍‌ କିଛି ମଧ୍ୟ କହିପାରିବେ।”

ତେବେ ସୂଚନା ମୁତାବକ ପ୍ରଥମ ଥର ପାଇଁ ନିଜ ପିତାଙ୍କ ସହ କଲ୍ୟାଣ ଜୁଏଲର୍ସର ଏକ ବିଜ୍ଞାପନରେ ଅଭିନୟ କରୁଛନ୍ତି ଶ୍ୱେତା । ପରିବାରରେ ସମସ୍ତେ ଅଭିନୟ ଏବଂ କଳା ସହ ଜଡ଼ିତ ରହିଥିବା ବେଳେ ଶ୍ୱେତା ନିଜକୁ ଏଥିରୁ ସଂପୂର୍ଣ୍ଣ ଭାବେ ଦୂରେଇ ରଖିଛନ୍ତି । ପ୍ରଥମ ଥର ପାଇଁ ତାଙ୍କୁ ୨୦୧୦ ମସିହାରେ କରଣ ଜୋହରଙ୍କ ଟକ୍‌ ସୋ’ରେ ଦେଖିବାକୁ ମିଳିଥିଲା । ତାହା ତାଙ୍କର ପ୍ରଥମ ଟେଲିଭିଜନ୍‌ ଡ଼େବ୍ୟୁ ରହିଥିଲା। ତେବେ ଏହି ବିଜ୍ଞାପନ ଦ୍ୱାରା ଶ୍ୱେତା ପ୍ରଥମ ଥର ପାଇଁ ତାଙ୍କର ଅଭିନୟ ଡ଼େବ୍ୟୁ କରିବା ପାଇଁ ଯାଉଛନ୍ତି ।

ସମ୍ବନ୍ଧିତ ଖବର