ଶ୍ୱେତା ତିଓ୍ଵାରୀଙ୍କ ପରେ ଝିଅ ପଲକ୍ ବି ବାହାରିଲେ ବାପାଙ୍କ ବିରୋଧରେ, ଲେଖିଲେ ଲମ୍ବା ଇନ୍ଷ୍ଟା ପୋଷ୍ଟ୍
ମୁମ୍ବାଇ: ସ୍ୱାମୀ ଅଭିନବ କୋହଲିଙ୍କ ନାମରେ ଅଭିନେତ୍ରୀ ପତ୍ନୀ ଶ୍ୱେତା ତିଓ୍ଵାରୀ ଘରୋଇ ହିଂସାର ଅଭିଯୋଗ ଆଣିବା ପରେ ଏହାକୁ ସମର୍ଥନ କରିଛନ୍ତି ତାଙ୍କ ଝିଅ ପଲକ୍। ପଲକ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ନିଜ ମାଆଙ୍କ ସମର୍ଥନରେ ଏକ ଲମ୍ବା ପୋଷ୍ଟ୍ ଲେଖିଛନ୍ତି। ସେ ତାଙ୍କ୍ ପୋଷ୍ଟ୍ ରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ସମର୍ଥନ କରୁଥିବାରୁ ସଭିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଲକ୍ ମାମଲାକୁ ଆହୁରି ସ୍ପଷ୍ଟ କରି ଲେଖିଛନ୍ତି ଯେ ପିତା ଅଭିନବ କୋହଲି ତାଙ୍କ ଉପରେ ଏବଂ ତାଙ୍କ ମାଆଙ୍କ ଉପରେ ଆପତ୍ତିଜନକ ଓ ବିବ୍ରତ କରିବା ପରି ଟିପ୍ପଣୀ ଦେଉଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ସ୍ୱାମୀ ଅଭିନବ କୋହଲିଙ୍କ ନାମରେ ଗତକାଲି ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପତ୍ନୀ ଶ୍ୱେତା ତିଓ୍ଵାରୀ। କନ୍ଦିବାଲିସ୍ଥିତ ସମତା ନଗର ପୁଲିସ୍ ଷ୍ଟେସନ୍ରେ ଅଭିଯୋଗ ଲେଖାଇ ଶ୍ୱେତା କହିଛନ୍ତି ଯେ ଅଭିନବ ତାଙ୍କ ଉପରେ ଘରୋଇ ହିଂସା କରୁଥିବା ସହ ତାଙ୍କ ଝିଅ ପଲକକୁ ମଧ୍ୟ ମାଡ଼ ମାରିଥିଲେ।
ଅଭିନବ ଓ ଶ୍ୱେତା ୨୦୧୩ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କର ୨୦୧୬ ମସିହାରେ ଏକ ଶିଶୁ ପୁତ୍ର ହୋଇଥିଲା। ପୂର୍ବରୁ ଶ୍ୱେତା ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ। ତାଙ୍କ ପୂର୍ବ ସଂପର୍କ ବି ଘରୋଇ ହିଂସାକୁ ଭିତ୍ତିକରି ଭାଙ୍ଗି ଯାଇଥିବା ସୂଚନା ରହିଛି।