ଆସୁଛନ୍ତି ସିଦ୍ଧାନ୍ତ-ଅନୁଙ୍କ ଯୋଡ଼ି ଏହି ଦୁଇ ସିନେମାରେ

ଭୁବନେଶ୍ୱର: ଏବେ ଏକ ଫିଲ୍ମ ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛ,ଯାହାର ଟାଇଟଲ୍‌ ହେଲା ‘ତୁ ମୋ ଏଭ ଷ୍ଟୋରି-୨’। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମାର ଯେଉଁ ଦୁଇଟି ନାୟକ-ନାୟିକାଙ୍କ ଯୋଡ଼ି ନଜର ଆସିବେ। ଏମାନଙ୍କ ମଧ୍ୟରୁ ଏକ ପୁରୁଣା ଓ ଅନ୍ୟ ଯୋଡ଼ି ବି ପରିଚିତ। ଏଦୁଇ ଯୋଡ଼ି କିନ୍ତୁ ହିଟ୍‌। ଏହି ଯୋଡ଼ିମାନେ ହେଲେ ସିଦ୍ଧାନ୍ତ ମହାପାତ୍ର ଅନୁ ଚୌଧୁରୀ ଏବଂ ସ୍ୱରାଜ-ଭୂମିକା। ସିଦ୍ଧାନ୍ତ ଓ ଅନୁଙ୍କ ଯୋଡ଼ି ଗତ ୨୧ ବର୍ଷ ହେବ ଧମାଲ୍‌ କରିଚାଲିଛନ୍ତି। ଅପରପକ୍ଷରେ ସ୍ୱରାଜ-ଭୂମିକାଙ୍କ ଯୋଡ଼ିକୁ ଦର୍ଶକ ଏଯାବତ୍‌ କେବଳ ଗୋଟିଏ ଫିଲ୍ମ ‘ତୁ ମୋ’ ଲଭ ଷ୍ଟୋରି’ରେ ଦେଖିବାର ସୁଯୋଗ ପାଇଛନ୍ତି। ଏହି ଫିଲ୍ମଟି ସୁପରହିଟ୍‌ ବି ହୋଇଥିଲା।


ଠିକ୍‌ ସେହିପରି ଅନ୍ୟ ଏକ ଓଡ଼ିଆ ସିନେମା ଆସୁଛି ଯେଉଁଥିରେ ବି ଦୁଇ ଜଣ ଯୋଡ଼ି ଅଛନ୍ତି। ଏହି ସିନେମାର ଟାଇଟଲ ହେଲା ‘ଛବିରାଣୀ-ଦ ଅନ୍‌ଟୋଲ୍‌ଡ ଷ୍ଟୋରି’। ଏହି ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କ ଯୋଡ଼ି ଅଛନ୍ତି। ତା’ସାଙ୍ଗକୁ ଏକ ନୂଆ ଯୋଡ଼ି ଅମନ୍‌ – ଚନ୍ଦ୍ରାଣୀ ବି ବବି ଇସଲାମଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଛନ୍ତି।।
ଏ ଦୁଇ ସିନେମାରେ ସିଦ୍ଧାନ୍ତ-ଅନୁଙ୍କ ଯୋଡ଼ି ତ ଅଛନ୍ତି । ତେବେ ଦର୍ଶକ କେଉଁଥିରେ ସିଦ୍ଧାନ୍ତ-ଅନୁଙ୍କ ଯୋଡ଼ିକୁ ଅଧିକ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର