ଓଲିଉଡ଼୍ର ଦୁଇଜଣ ଲୋକପ୍ରିୟ ନାୟକ ହେଲେ ସିଦ୍ଧାନ୍ତ ମହାପାତ୍ର ଏବଂ ବୁଦ୍ଧାଦିତ୍ୟ ମହାନ୍ତି। ଏଦୁଇ ନାୟକଙ୍କୁ ଏଯାବତ୍ କେବଳ ଦୁଇଟି ସିନେମାରେ ଏକାଠି ଦେଖିବାକୁ ମିଳିଛି। ତେବେ ସିଦ୍ଧାନ୍ତ ଓ ବୁଦ୍ଧାଦିତ୍ୟଙ୍କୁ ଏକାଠି ଆଣିବାର କ୍ରେଡ଼ିଟ୍ ମିଳିବ ପ୍ରତିଭାବାନ୍ ନିର୍ଦ୍ଦେଶକ ଅଶୋକ ପତିଙ୍କୁ।ଅଶୋକଙ୍କ ନିର୍ଦ୍ଦେଶିତ‘ ନନ୍ଦିନୀ ଆଇ ଲଭ୍ ୟୁ’ରେ ପ୍ରଥମେ ଏକାଠି ଆସିଥିଲେ। ଏହି ଦୁଇଜଣ ଅଭିନେତା।ଏଥିରେ ଜଣେ ନାୟକା ,ଆଉ ଦୁଇ ଜଣ ନାୟକର କଥା ଥିଲା। ସୁପରହିଟ୍ ବଲିଉଡ଼୍ ଫିଲ୍ମ ‘ଧଡ଼୍କନ୍’ର ଛାୟା ରେ ନିର୍ମିତ ‘ ନନ୍ଦିନୀ ଆଇ ଲଭ୍ ୟୁ’ରେ ଅକ୍ଷୟ କୁମାର କରିଥିବା ଚରିତ୍ରରେ ସିଦ୍ଧାନ୍ତ ଓ ସୁନିଲ୍ ସେଟ୍ଟିଙ୍କ ଭୂମିକାରେ ବୁଦ୍ଧାଦିତ୍ୟଙ୍କୁ ଦେଖିବାକୁ ମିଳିଥିଲା ଏହି ସିନେମାର କାହାଣୀ ଅନୁଯାୟୀ ଉଭୟେ ଜଣଙ୍କୁ ଭଲ ପାଉଥିଲେ। ସେ ଦୁହେଁ ଥିଲେ ପ୍ରତିଦ୍ୱନ୍ଦ୍ୱୀ । ଅନାମଚରଣ ସାହୁଙ୍କ ପ୍ରଯୋଜିତ ଏହି ସିନେମା ମଧ୍ୟ ହିଟ୍ ହୋଇଥିଲା।
ତା’ପରେ ନାରାୟଣ ଚନ୍ଦ୍ର ନାୟକଙ୍କ ପ୍ରଯୋଜନା ଓ ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ସିଦ୍ଧାନ୍ତ ଓ ବୁଦ୍ଧାଦିତ୍ୟ ଏକାଠି କାମ କରିଥିଲେ ‘ପ୍ରେମ୍ରୋଗୀ’ଚଳଚ୍ଚିତ୍ରରେ।ଆଉ ଏଥିରେ ସିଦ୍ଧାନ୍ତ ଓ ବୁଦ୍ଧାଦିତ୍ୟ ଦୁଇ ଭାଇ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ।ଏଥିସହିତ ଏହି ଫିଲ୍ମଟି ସୁପର୍ହିଟ୍ ମଧ୍ୟ ହୋଇଥିଲା। ଏହାପରେନିର୍ଦ୍ଦେଶକ ଯତୀନ୍ କୁମାର ପୁଣି ଏ ଦୁଇ ଅଭିନେତାଙ୍କୁ ଏକାଠି ଆଣିଥିଲେ ତାଙ୍କ ନିର୍ଦ୍ଦେଶିତ ଏକମାତ୍ର ଓଡ଼ିଆ ଛବି ‘ସଙ୍ଗମ’ରେ। ଏଥିରେ ଅବଶ୍ୟ ବୁଦ୍ଧାଦିତ୍ୟ ନେଗେଟିଭ୍ ରୋଲରେ ନଜର ଆସିଥିଲେ।
ଏବେ ଏଦୁହିଁଙ୍କୁ ପୁଣିଥରେ ଏକାଠି ଆଣିବାର ପ୍ରୟାସ କରିଥିଲେ କୋରିଓଗ୍ରାଫର୍ ଟର୍ଣ୍ଣଡ଼ ଏ ଡ଼ିରେକ୍ଟର୍ ଏସ୍ .କେ. ମୁରଲୀ ଧରନ୍।ମୁରଲୀ ଧରନ୍ଙ୍କ ଏହି ସିନେମାର ଟାଇଟଲ୍ ଥିଲା‘ଝିଅ ନୁହେଁ ତୁ ଅପ୍ସରୀ’।ଆଉ ଏହା ଏକ ଭିନ୍ନ ଧରଣର ପ୍ରେମକାହାଣୀକୁ ନେଇ ପର୍ଯ୍ୟବେସିତ ବୋଲି କୁହାଯାଉଥିଲା।ମୁରଲୀ ଧରନ୍ଙ୍କ ନିର୍ଦ୍ଦେଶନାରେ ମଧ୍ୟ ପ୍ରଥମଥର ଲାଗି ବୁଦ୍ଧାଦିତ୍ୟ କାମ କରିଥାନ୍ତେ। ସିଦ୍ଧାନ୍ତ ଅବଶ୍ୟ ପୂର୍ବରୁ ମୁରଲୀ ଧରନ୍ଙ୍କ ନିର୍ଦ୍ଦେଶନାରେ ‘ଛାତି ଚିରିଦେଲେ ତୁ’,‘ନେଇ ଯାଆରେ ମେଘ ମତେ’ ଏବଂ ‘କିଏ ଦବ ଟକ୍କର’ ଭଳି ସିନେମାରେ କାମ କରିସାରିଛନ୍ତି। କିନ୍ତୁ ତାହା ସମ୍ଭବ ହୋଇ ପାରି ନାହିଁ। ଅର୍ଥାତ୍ ସିଦ୍ଧାନ୍ତ-ବୁଦ୍ଧାଦିତ୍ୟଙ୍କୁ ଏକାଠି ପ୍ରାୟ ତିନି ବର୍ଷ ହେବ କୌଣସି ଓଡ଼ିଆ ସିନେମାରେ ଦେଖିବାକୁ ମିଳି ନାହିଁ।