ସିଦ୍ଧାନ୍ତ ମହାପାତ୍ରଙ୍କପାଇଁ କିଭଳି ରହିଛି ଏ ବର୍ଷ

ଭୁବନେଶ୍ୱର: ଓଲିଉଡର ମେଗାଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ରଙ୍କର ଚଳିତ ବର୍ଷ ଭଲ ବର୍ଷ ବୋଲି କୁହାଯାଇପାରେ। ଏହାର ମୁଖ୍ୟ କାରଣ ହେଲା ଗତ ବର୍ଷ ତୁଳନାରେ ୨୦୧୭ରେ ଅଧିକ ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି। ଏ ବଷ ତାଙ୍କ ଅଭିନୀତ ଚାରିଟି ଓଡ଼ିଆ ଛବି ମୁକ୍ତିଲାଭ କରିଛି । ଏଗୁଡିକହେଲା ଗଡଫାଦର୍‌,ତୁମକୁ ଦେଖିଲା ପରେ, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ ’ ଏବଂ ‘ବଜରଙ୍ଗୀ’। ।

ଏଥି ମଧ୍ୟରୁ ପ୍ରଥମଟିରେ ତାଙ୍କୁ ନାୟକ ଏବଂ ଅନ୍ୟଗୁଡିକରେ ସହ ନାୟକ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଗଡଫାଦର୍‌’ରେ ଦମଦାର ରୋଲରେ ନଜର ଆସିଥିଲେ ସିଦ୍ଧାନ୍ତ। ଆଉ ଏକ ବଡ଼ କଥା ହେଲା ଯେ ଏହି ସିନେମାରେ ସେ ତାଙ୍କର ହଟ୍‌ ପାର୍ଟନର୍‌ ଅନୁ ଚୌଧୁରୀଙ୍କ ସହ ଦେଖା ଦେଇଥିଲେ ।

ଏ ବର୍ଷ ସେ ପୁରୁଖା ନିର୍ଦ୍ଦେଶକ ଅବତାର ସିଂହଙ୍କ ସହ ପ୍ରଥମ ଥର କାମ କରିବାର ସୁଯୋଗ ପାଇଛନ୍ତି। ଦୀର୍ଘ ୨୫ ବର୍ଷର କ୍ୟାରିଅର ଭିତରେ ସେ ଏହି ନିର୍ଦ୍ଦେଶକଙ୍କ ସହ କେବେ ବି କାମ କରି ନଥିଲେ। ଠିକ୍‌ ସେହିପରି ୨୦୧୭ରେ ସେ ବିନି ପଟ୍ଟନାୟକ , ରମେଶ ରାଉତ ଏବଂ ଚନ୍ଦନ ମହାପାତ୍ରଙ୍କ ପରି ଅପେକ୍ଷାକୃତ ନୂଆ ନିର୍ଦ୍ଦେଶକଙ୍କ ସହ ମଧ୍ୟ ପ୍ରଥମ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ୨୦୧୭ରେ ସିଦ୍ଧାନ୍ତଙ୍କ ପାର୍ଟନର୍‌ ବନିଥିଲେ ନୈନା ଦାଶ। ଏ ଦୁଇଟି ସିନେମା ହେଲା ‘ତୁମକୁ ଦେଖିଲା ପରେ’, ଏବଂ ‘ବଜରଙ୍ଗୀ’। ଅପରପକ୍ଷରେ ସେ ଏବର୍ଷ ଦୁଇଟି ନୂଆ ସିନେମା ‘ଦିଓ୍ଵାନା ହେଲି ତୋ‘ପାଇଁ’ ଏବଂ ‘ବ୍ଲାକମେଲ୍‌’ର ସୁଟିଂରେ ବି ବ୍ୟସ୍ତ ରହିଥିଲେ।

ସମ୍ବନ୍ଧିତ ଖବର