ଏହି କାରଣରୁ ବଲିଉଡ୍‌ର କଳାକାରମାନଙ୍କ ସହ ଦେଖା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି, ୮ଦିନ ପରେ ହେଲା ଖୁଲାସା

ନୂଆଦିଲ୍ଲୀ : ଗତ ଜାନୁଆରି ୧୦ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି ବଲିଉଡ୍‌ କଳାକାର ଦିଲ୍ଲୀରେ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବରୁଣ ଧଓ୍ଵନ,ସିଦ୍ଧର୍ଥ ମାଲହୋତ୍ରା,ରଣବୀର କପୁର,ରଣବୀର ସିଂହ,ଆଲିଆ ଭଟ୍ଟ,ଏକତା କପୁର,ବିକି କୌଶଲ,ରୋହିତ୍‌ ସେଟ୍ଟୀ,ଭୂମି ପେଡ୍‌ନେକର,ଆୟୁଷ୍ମାନ ଖୁରାନା,କରଣ ଜୋହର ଇତ୍ୟାଦି । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକଟି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଡ଼କାଇଥିବା ବେଳେ ଏହା ପଛର କାରଣ ସାମ୍ନାକୁ ଆସି ପାରି ନଥିଲେ । କିନ୍ତୁ ଏବେ ୮ଦିନ ପରେ ବୈଠକ ଡ଼କା ଯିବା ପଛର କାରଣ ସାମ୍ନାକୁ ଆସିଛି । ଏହାର କାରଣ ଜଣାଇଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା । ସିଦ୍ଧାର୍ଥ ଏକ ଫ୍ୟାସନ ସୋ’ରେ ଯୋଗ ଦେଇଥିବା ବେଳେ ସେ ମୋଦିଙ୍କୁ ଭେଟିବା ପଛର କାରଣ ଜଣାଇଥିଲେ ।

The Indian Express

ତାଙ୍କ କହିବା ଅନୁଯାୟୀ, ମୋଦିଜୀ ବଲିଉଡ୍‌ର ନବାଗତ କଳାକାରମାନଙ୍କୁ ଭେଟିବାକୁ ଚାହୁଁଥିଲେ । ଆମେ ସେଠାକୁ ଯିବା ପରେ ସେଠାରେ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ୟା ଉପରେ ଏବଂ ଆସୁଥିବା ବିଭିନ୍ନ ଅଭିଯୋଗ ଉପରେ ଆଲୋଚନା କରାଯାଇଥିଲା । ଏହା ସହ ଆଗକୁ ଆସୁଥିବା ପ୍ରୋଜେକ୍ଟ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

ସମ୍ବନ୍ଧିତ ଖବର