ଓଡ଼ିଆ ସିନେମା ଜଗତର ଖ୍ୟାତନାମା ଅଲରାଉଣ୍ଡର ପ୍ରଶାନ୍ତ ନନ୍ଦ। ସେ ଉଭୟ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛନ୍ତି । ସେହିପରି ଓଲିଉଡ୍ର ୨ ଲୋକପ୍ରିୟ ନାୟକ-ନାୟିକା ହେଲେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ଏହି ହିଟ୍ ଯୋଡି ସୋ’ମ୍ୟାନ୍ ପ୍ରଶାନ୍ତଙ୍କ ୨ଟି ସିନେମାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଯୋଡିଙ୍କ ଦ୍ୱାରା ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହେଲା ଓମ୍ ଶାନ୍ତି ଓମ୍ । ୨୦୦୪ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ସଦ୍ଧାନ୍ତ ଓ ଅନୁଙ୍କ ବ୍ୟତୀତ ମିହିର ଦାସ, ଦୁର୍ଗା ଆଚାର୍ଯ୍ୟ, ଇଲୁ ବାନାର୍ଜୀ, ଦୀପକ, ଲିପି ପ୍ରମୁଖ ଅଭିନୟ କରିଥିଲେ । ଏହାର କାହାଣୀ, ଚିତ୍ରନାଟ୍ୟ, ସଂଳାପ, ସଙ୍ଗୀତ ନିର୍ଦ୍ଦେଶନା ଓ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ । ଅନ୍ୟ ଯେଉଁ ଚଳଚ୍ଚିତ୍ର କଥା କୁହାଯାଉଛି ସେଇଟି ହେଉଛି ୨୦୦୭ରେ ମୁକ୍ତିଲାଭ କରିଥିବା କାଳୀଶଙ୍କର । ଏହି ମଲ୍ଟି ଷ୍ଟାରର ଛବିରେ ୩ଟି ଯୋଡି ଦେଖିବାକୁ ମିଳିଥିଲେ । ଏଥିରେ ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ଓ ଅନୁଭବ । ଇଣ୍ଟର୍ଣ୍ଣ ମୁଭିଜ୍ ବ୍ୟାନ୍ରରେ ନିର୍ମିତ ଏହି ସିନେମାରେ ବିଜୟ ମହାନ୍ତି, ଅନୁଭବ, ସ୍ୱସ୍ତିକା, ଅରିନ୍ଦମ, ମେଘନା, କୁନା ତ୍ରିପାଠୀ ଓ ଆଶିଷ ବିଦ୍ୟାର୍ଥୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଫିଲ୍ମର କାହାଣୀ ଚିତ୍ରନାଟ୍ୟ ଓ ସଂଳ୍ପାପ ଦାୟିତ୍ୱ ତୁଲାଇଛନ୍ତି ପ୍ରଶାନ୍ତ ନନ୍ଦ ।