ଆଲିଆ ଏବଂ କିଆରାଙ୍କ ପରେ ଏବେ ଏହି ଅଭିନେତ୍ରୀଙ୍କୁ ସିଦ୍ଧାର୍ଥ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିଜ ଫିଲ୍ମ ଅପେକ୍ଷା ନିଜ ପ୍ରେମ ସଂପର୍କକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ପୂର୍ବରୁ ଆଲିଆ ଏବଂ ପରେ କିଆରାଙ୍କ ସହ ସିଦ୍ଧାର୍ଥଙ୍କ ପ୍ରେମ ସଂପର୍କ ଥିବା ଖବର ଆସିଥିବା ବେଳେ ଏବେ ସେ ଆଉ ଜଣେ ଅଭିନେତ୍ରୀଙ୍କୁ ଡ଼େଟ୍‌ କରୁଥିବା ଜଣା ପଡ଼ିଛି । କିଆରାଙ୍କୁ ଛାଡ଼ି ସେ ଦିଲବର ଗର୍ଲଙ୍କ ପଛରେ ପଡ଼ିଥିବା ଜଣା ପଡ଼ିଛି ।

NDTV.com

ଆଜ୍ଞା ହଁ! ସିଦ୍ଧାର୍ଥ ଏବେ ଦିଲ୍‌ବର ଗର୍ଲ ନୋରା ଫତେହିଙ୍କୁ ଡ଼େଟ୍‌ କରିବା ଆରମ୍ଭ କରିଛନ୍ତି ବୋଲି ସୂଚନା ମିଳିଛି । କିନ୍ତୁ ଏ ଦୁଇ ଲଭ୍‌ ବାର୍ଡ଼ଙ୍କ ଦେଖା କେଉଁଠି ହେଲା ଏବଂ ପ୍ରେମ କେମିତି ହେଲା ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ତେବେ ଦୁହେଁ ନିଜ ସଂପର୍କକୁ ନେଇ କେବେ ସର୍ବ ସମ୍ମୁଖରେ ଖୁଲାସା କରୁଛନ୍ତି ତାହା ଦେଖିବାକୁ ବାକି ରହିଛି । ଅନ୍ୟ ପକ୍ଷରେ ସିଦ୍ଧାର୍ଥ ଏବେ ଫିଲ୍ମ ଜବରିୟା ଯୋଡ଼ିର ସୁଟିଂକୁ ନେଇ ବ୍ୟସ୍ତ ରହିଥିବା ବେଳେ ଏହି ଫିଲ୍ମରେ ତାଙ୍କ ସହ ପରିଣିତି ଚୋପ୍ରା ନଜର ଆସିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର