ମୁମ୍ବାଇ : ଫିଲ୍ମ ଜବରିଆ ଯୋଡିର ପ୍ରମୋସନ କରିବାରେ ଲାଗି ପଡ଼ିଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା । ଫିଲ୍ମଟି ଜୁଲାଇ ୧୨ରେ ରିଲିଜ୍ ହୋଇ ସାରିଥିବା ବେଳେ ବିହାରରେ ପ୍ରଚଳିତ ପ୍ରଥାକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି । ତେବେ କିଛି ଦିନ ତଳେ ପ୍ରମୋସନ ପାଇଁ ଜବରିଆ ଯୋଡିର ଟିମ୍ ଦ କପିଲ ଶର୍ମାଙ୍କ ସୋ’ରେ ଯାଇ ପହଞ୍ଚିଥିଲେ ।
ସେଠାରେ ସିଦ୍ଧାର୍ଥ ନିଜ ସ୍କୁଲ ଜୀବନ ବିଷୟରେ କଥା ହେବାକୁ ଯାଇ ନବମ ଶ୍ରେଣୀରେ ଫେଲ୍ ହୋଇ ଯାଇଥିବା କଥା କହିଥିଲେ । ସ୍କୁଲରେ ପଢ଼ୁଥିବା ଗୋଟେ ଝିଅ ପାଇଁ ଏପରି ହୋଇଥିବା କହିଥିଲେ ସିଦ୍ଧାର୍ଥ । ଝିଅ ପାଇଁ ପାଠ ପଢ଼ାରେ ମନ ଦେଉ ନ ଥିବାରୁ ନବମରେ ଫେଲ ହୋଇଥିଲେ ମଧ୍ୟ ଦଶମ ଏବଂ ଏକାଦଶରେ ଭଲ ନମ୍ବର ରଖି ପାସ୍ ହୋଇଥିଲେ ସିଦ୍ଧାର୍ଥ । ଫିଲ୍ମର ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ପରିଣୀତି ଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଏକତା କପୁର, ଶୋଭା କପୁର ଏବଂ ଶୈଲେଶ ଆର୍ ସିଂହ ।