ସିମ୍ବା, ସିଙ୍ଘମ ଏବଂ ସୂର୍ଯ୍ୟବଂଶୀ ପରେ ଏବେ ସଲମାନଙ୍କ ଏହି ଫିଲ୍ମ ପାଇଁ ନିର୍ଦ୍ଦେଶନା ଦେବେ ରୋହିତ ସେଟ୍ଟୀ

ମୁମ୍ବାଇ : ବଲିଉଡ୍‌ର ହିଟ୍‌ ନିର୍ଦ୍ଦେଶକଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ରୋହିତ ସେଟ୍ଟୀ । ସିମ୍ବା, ସିଙ୍ଘମ, ଚେନ୍ନାଇ ଏକ୍ସପ୍ରେସ ଭଳି ହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେବା ପରେ ଏବେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସୂର୍ଯ୍ୟବଂଶୀ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ରୋହିତ । ତେବେ ଏ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରୋହିତ ଦବଙ୍ଗ ଷ୍ଟାର ସଲମାନଙ୍କ ଖାନ୍‌ଙ୍କ ଫିଲ୍ମ କିକ୍‌-୨ରେ ନିର୍ଦ୍ଦେଶନା ଦେବାକୁ ଯାଉଥିବା ଜଣା ପଡ଼ିଛି ।

timesofindia.indiatimes.com

ସଲମାନଙ୍କ ଅଭିନୀତ ଫିଲ୍ମ କିକ୍‌ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା । ଏଥିରେ ସଲମାନଙ୍କ ସହ ଅଭିନେତ୍ରୀ ଜାକ୍‌ଲିନ ଫଣ୍ଣାଡିଜ୍‌ ନଜର ଆସିଥିଲେ । ତେବେ ଦ୍ୱିତୀୟ ଭାଗରେ ମଧ୍ୟ ଜାକ୍‌ଲିନ ନଜର ଆସିବାକୁ ଥିବା ବେଳେ ରୋହିତ ଏହାର ନିର୍ଦ୍ଦେଶନା ଦେବେ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମର ପ୍ରଥମ ଭାଗ ଯେଉଁଠାରୁ ଶେଷ ହୋଇଥିଲା ଦ୍ୱିତୀୟ ଭାଗ ସେଇଠୁ ଆରମ୍ଭ ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର