ପୁଣି ବିବାଦରେ କଙ୍ଗନା : କଙ୍ଗନା ଆତ୍ମହତ୍ୟା କଲା ଭଳି କାମ କରିବା ଆରମ୍ଭ କରିଛନ୍ତି ବୋଲି କହିଲେ ଲେଖକ ଅପୂର୍ବ ଅସରାନୀ

ମୁମ୍ବାଇ : ବଲିଉଡ୍‌ର କୁଇନ୍‌ କଙ୍ଗନା ରାନାଓ୍ଵତ୍‌ଙ୍କୁ ନେଇ ବିବାଦ ଥମିବାରେ ନାଁ ନେଉ ନାହିଁ । ଦିନକୁ ଦିନ ଫିଲ୍ମ ‘ମଣିକର୍ଣ୍ଣିକା’ର ଜଣେ ପରେ ଜଣେ ସଦସ୍ୟ ଫିଲ୍ମ ଛାଡ଼ୁଥିବା ବେଳେ ଏବେ କଙ୍ଗନା ନିଜେ ଏହି ଫିଲ୍ମକୁ ଶେଷ କରିବେ ବୋଲି ଜଣାପଡ଼ିଛି । କିଛି ଦିନ ତଳେ ଅଭିନେତା ସୋନୁ ସୁଦ୍‌ ଏବଂ ନିର୍ଦ୍ଦେଶକ କୃଷ୍ଣ ଏହି ଫିଲ୍ମ ଛାଡ଼ି ଦେଇଥିବା ଖବର ଆସିଥିବା ବେଳେ ଏବେ କଙ୍ଗନା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ଦେଖିବାକୁ ମିଳିଛି।

କଙ୍ଗନାଙ୍କ ନିର୍ଦ୍ଦେଶନାକୁ ଦେଖି ନିଜର ମତ ରଖିଛନ୍ତି ଲେଖକ ଅପୂର୍ବ ଅସରାନୀ । ସେ କହିଛନ୍ତି, “ଫିଲ୍ମରେ କ୍ୟାମେରା ପଛରେ ମଧ୍ୟ ନିଜକୁ ପ୍ରଧାନ୍ୟ ଦେବା,ଲୋକମାନଙ୍କ ଉପରେ ନିଜର ଆଧିପତ୍ୟ ଜାହିର କରିବା ଏବଂ ନିଜ କଥା ମନେଇବା ଭଳି କଥା କହିବା ଆତ୍ମହତ୍ୟା ସହ ସମାନ । ଏପରି କରି ସେ ନିଜକୁ ଖାଲ ଭିତରକୁ ଠେଲୁଛନ୍ତି।” ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଫିଲ୍ମ ‘ସିମ୍ରନ୍‌’କୁ ନେଇ କଙ୍ଗନା ଏବଂ ଅପୂର୍ବଙ୍କ ମଧ୍ୟରେ ବିବାଦ ଦେଖା ଯାଇଥିଲା । ଅପୂର୍ବଙ୍କୁ ତାଙ୍କ କାମ ପାଇଁ କଙ୍ଗନା କୌଣସି ଶ୍ରେୟ ଦେଇ ନଥିବାରୁ ଦୁହିଁଙ୍କ ମଧ୍ୟ ବିବାଦ ଆରମ୍ଭ ହୋଇଥିଲା, ଯାହା ‘ମଣିକର୍ଣ୍ଣିକା’କୁ ନେଇ ତେଜୁଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର