କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଫଟୋ ସୁଟ୍‌ କରୁଥିବା ବେଳେ ହଠାତ୍‌ ପିନ୍ଧିଥିବା ଗାଉନ୍‌କୁ ଓହ୍ଲାଇ ଦେଲେ ନେହା, ଭିଡିଓରେ ଦେଖନ୍ତୁ ତା’ ପରର ଘଟଣା

0 3,830

ମୁମ୍ବାଇ : ନିଜର ମତୁଆଲା କଲା ଭଳି ସ୍ୱରରେ ସମସ୍ତଙ୍କ ଉପରେ ଯାଦୁ କରିଥିବା ବଲିଉଡ୍‌ କଣ୍ଠଶିଳ୍ପୀ ନେହା କକ୍କର ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ହେବ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ । ପ୍ରେମିକ ହିମାନ୍ସଙ୍କଠାରୁ ଅଲଗା ହେବା ପରେ ସୋସିଆଲ ମିଡିଆରେ ଭାବବିହ୍ଵଳ କଲା ଭଳି ପୋଷ୍ଟ କରିବା ହେଉ କି ଲାଇଭ୍‌ କନସର୍ଟରେ କାନ୍ଦିବା ହେଉ, ଏ ସବୁ ପାଇଁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ସେ ନିଜ ଗାଉନ୍‌ ହଠାତ୍‌ କାଢ଼ି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ନେହାଙ୍କ ଏଭଳି କାମ ସମସ୍ତଙ୍କୁ ହସାଇଛି ।

ସୂଚନା ମୁତାବକ,ନେହା ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଫଟୋ ସୁଟ୍‌ କରୁଥିଲେ । ଏହି ସମୟରେ ସୋନୁ କ୍ୟାମେରାକୁ ଦେଖି ପୋଜ୍‌ ଦେଇ ଚାଲୁଥିବା ବେଳେ ନେହା ନିଜର ଗାଉନ୍‌ କାଢ଼ି ଦେଇଥିଲେ । ହଠାତ୍‌ ନେହାଙ୍କ ଏଭଳି କାମ ଦେଖି ଚମକି ପଡ଼ିଥିଲେ ସୋନୁ ନିଗମ । କିନ୍ତୁ ପରେ ନେହା ଜୋରରେ ହସିବା ସହ ଉପସ୍ଥିତ ଥିବା ସବୁ ଲୋକ ହସିବାକୁ ଲାଗିଥିଲେ । ନେହା ଗାଉନ୍‌ ତଳେ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ । ଯାହା ପାଇଁ ସେ ସମସ୍ତଙ୍କୁ ଚମକାଇବା ପାଇଁ କ୍ୟାମେରା ଆଗରେ ନିଜର ଗାଉନ୍‌ କାଢ଼ି ଦେଇଥିଲେ । ପ୍ରଥମେ ସବୁ ଡ଼ରି ଯାଇଥିବା ବେଳେ ପରେ ନେହା ତଳେ ପ୍ୟାଣ୍ଟ ପିନ୍ଧିଥିବା ଦେଖି ହସିବାକୁ ଲାଗିଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.