ଅଭିନେତ୍ରୀଙ୍କ ପୋଷାକକୁ ନେଇ କଣ୍ଠଶିଳ୍ପୀ ଏସ୍‌.ପି.ବାଲାସୁବ୍ରମଣ୍ୟମ୍‌ଙ୍କ ପ୍ରଶ୍ନ; କେଉଁ କାରଣ ଲାଗି ଅଙ୍ଗପ୍ରଦର୍ଶନ କଲା ଭଳି ପୋଷାକ ପିନ୍ଧୁଛନ୍ତି ?

ମୁମ୍ବାଇ : ଲୋକପ୍ରିୟ କଣ୍ଠଶିଳ୍ପୀ ଏସ ୍‌ପି ବାଲାସୁବ୍ରମଣ୍ୟମ୍‌ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତାମିଲ, କନ୍ନଡ଼ ଏବଂ ତେଲୁଗୁ ସିନେମାରେ ବହୁ ଗୀତ ଗାଇଥିବା ବାଲାସୁବ୍ରମଣ୍ୟମ୍‌ ଅଭିନେତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ପିନ୍ଧୁଥିବା ପୋଷାକକୁ ନେଇ ସେ ଯେଉଁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ତାହା ଶୁଣିବା ପରେ ଏବେ ଇଣ୍ଡଷ୍ଟ୍ରିର କଳାକାରମାନଙ୍କୁ ଶକ୍ତ ଧକ୍କା ଲାଗିଛି ।

BBC

ଅଭିନେତା ଏବଂ କଣ୍ଠଶିଳ୍ପୀ ବାଲାସୁବ୍ରମଣ୍ୟମ୍‌ଙ୍କ କହିବା ଅନୁଯାୟୀ, ଆଜିକାଲିର ଅଭିନେତ୍ରୀମାନଙ୍କୁ ଇଭେଣ୍ଟରେ କିଭଳି ପୋଷାକ ପିନ୍ଧିବା ଦରକାର ସେ ବିଷୟରେ ଜଣା ନାହିଁ । ଏଭଳି ଅଙ୍ଗ ପ୍ରଦର୍ଶନ କଲା ଭଳି ପୋଷାକ ପିନ୍ଧିଲେ,ଅଭିନେତା ଏବଂ ନିର୍ଦ୍ଦେଶକ ସେମାନଙ୍କୁ କାମ ଦେବେ ବୋଲି ସେମାନେ ଭାବୁଛନ୍ତି କି? ଯଦି ମୋର ଏଭଳି ବୟାନକୁ ନେଇ ଅଭିନେତ୍ରୀମାନେ ମୋ ଉପରେ ରାଗିବେ,ତେବେ ମଧ୍ୟ ମୋତେ କିଛି ଫରକ୍‌ ପଡ଼ିବ ନାହିଁ ବୋଲି ସେ କହିଛନ୍ତି । ତେବେ ତାଙ୍କର ଏଭଳି ବିବାଦୀୟ ବୟାନ ଉପରେ ଅଭିନେତ୍ରୀମାନେ କିଭଳି ପ୍ରତିକ୍ରିୟା ରଖୁଛନ୍ତି,ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର