ସିଂହମ୍ ଫ୍ୟାନଙ୍କ ପାଇଁ ଖୁସି ଖବର, ଆସିବ ସିଂହମ୍-୩

ମୁମ୍ବାଇ: ଖୁବ ଶୀଘ୍ର ଆସିବ ସିଂହମ-୩ | ଏ ନେଇ ସୂଚନା ଦେଇଛନ୍ତି ଖୋଦ ରୋହିତ ସେଟ୍ଟୀ | ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେଟ୍ଟୀ ଏ ନେଇ ସୂଚନା ଦେଇଥିଲେ | ମିଳିଥିବା ସୂଚନା ମୁତାବକ ଅପକମିଂ ହିଷ୍ଟୋରୀକାଲ ଫିଲ୍ମ ‘ତାନାଜି ଦ ଅନସଙ୍ଗ ୱାରିୟର’ର ପ୍ରଥମ ଟ୍ରେଲର ଗତକାଲି ରିଲିଜ ହୋଇଥିଲା । ୟୁଟ୍ୟବରେ ଟ୍ରେଲର ଲଂଚ କରିବା ସହ ପ୍ରଡକ୍ସନ ହାଉସ ମୁମ୍ବାଇରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଥିଲା ।

ଏଥିରେ ଫିଲ୍ମର ସମସ୍ତ କଳାକାରଙ୍କ ସହ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଗୋଲମାଲ ଡିରେକ୍ଟର ରୋହିତ ସେଠୀ । ରୋହିତ ଏଠାରେ ଅଜୟ ଦେବଗନଙ୍କ ସହ ଥିବା ସମ୍ପର୍କକୁ ନେଇ ବେଶ ଭାବୁକ ହୋଇପଡିଥିଲେ | ନିଜ ବଲିଉଡ ଯାତ୍ରାରେ ଅଜୟଙ୍କ ଯୋଗଦାନ କଥା କହିଥିଲେ | ଏହି ସମୟରେ ଉପସ୍ଥିତ ଥିବା ଫ୍ୟାନମାନେ ପ୍ରଶ୍ନ କରିଥିଲେ ଯେ ସିଂହମର ପରବର୍ତ୍ତୀ ସିରିଜ କେବେ ଆସିବ |


ରୋହିତ ଏହା ଶୁଣି କହିଥିଲେ ଯେ ଖୁବ ଶୀଘ୍ର ସିଂହମ-୩ ଆସିବ | ଏଠାରେ ସୂଚନା ଥାଉ କି ତାନାଜି ଟ୍ରେଲର ରିଲିଜ ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତାନାଜିରେ ମୁଖ୍ୟ ଭୁମିକାରେ ଅଭିନେତା ଅଜୟ ଦେବଗନ,କାଜୋଲ ଓ ସୈଫ ଅଲ୍ଲୀ ଖାନଙ୍କ ଅଭିନୟ ରହିଛି ।

ସମ୍ବନ୍ଧିତ ଖବର