କମ ସମୟରେ ସଫଳତା ମିଳିଯିବାରୁ ବଢ଼ିଗଲା ରାନୁଙ୍କ ଅହଙ୍କାର, ସେଲ୍‌ଫି ମାଗିବାରୁ ମହିଳାଙ୍କୁ କହିଲେ ଏଭଳି କଥା…

ମୁମ୍ବାଇ: ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଦିନେ ଗୀତ ଗାଉଥିବା ରାନୁ ମଣ୍ଡଲ ଏବେ ଦେଶର ଏକ ଚର୍ଚ୍ଚିତ ଚେହେରା । ରେଳ ଷ୍ଟେସନରେ ଗୀତ ଗାଇ ନିଜର ଗୁଜୁରାଣ ମେଣ୍ଟାଉଥିବା ରାନୁଙ୍କୁ ଏବେ ଗୋଟେ ପରେ ଗୋଟେ ଗୀତ ଗାଇବାର ଅଫର ମିଳିବାରେ ଲାଗିଛି । ତାଙ୍କ ଜୀବନୀକୁ ନେଇ ଏବେ ଫିଲ୍ମ ତିଆରି ହେଉଥିବା ବେଳେ  ଏଇ ବିରଳ ସଫଳତା ପରେ ତାଙ୍କ ବ୍ୟବହାରରେ  ମଧ୍ୟ ପରିବର୍ତ୍ତନ ଆସିଥିବା ଏକ ଭିଡିଓରୁ ସ୍ପଷ୍ଟ ଜଣା ପଡ଼ିଛି । ଯାହା ଏବେ ଭାଇରାଲ ହେଉଥିବା ବେଳେ ଲୋକେ ରାନୁଙ୍କ ଏଭଳି ବ୍ୟବହାରକୁ ନାପସନ୍ଦ କରୁଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ରାନୁ ଜିନିଷ କିଣୁଥିବାର ନଜର ଆସୁଛନ୍ତି । ଏହି ସମୟରେ ଜଣେ ମହିଳା ଆସି ପଛପଟୁ ତାଙ୍କ ହାତରେ ହାତ ମାରିି ଡ଼ାକିବା ସହ ସେଲ୍‌ଫି ପାଇଁ ଅନୁରୋଧ କରୁଛନ୍ତି । କିନ୍ତୁ ସେଲ୍‌ଫି ଦେବା ପରିବର୍ତ୍ତେ ରାନୁ ମହିଳାଙ୍କୁ ଛୁଇଁବା ନେଇ ରାଗି ଯାଉଥିବା ଦେଖାଯାଉଛି । ଭିଡିଓରେ, ମହିଳାଜଣଙ୍କ ଯେମିତି ହାତ ଛୁଇଁ ଡାକିଥିଲେ, ତାହାର ନକଲ କରି ଏହାର ଅର୍ଥ କ’ଣ? ବୋଲି ପଚାରୁଛନ୍ତି ରାନୁ । ରାନୁଙ୍କ ଏଭଳି ପ୍ରତିକ୍ରିୟା ଦେଖି ସେଲ୍‌ଫି ମାଗୁଥିବା ମହିଳାଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ତେବେ ରାନୁଙ୍କ ଏଭଳି ବ୍ୟବହାର ତାଙ୍କ ପ୍ରଶଂସକଙ୍କ ସମତେ ଅନେକଙ୍କୁ ନିରାଶ କରିଛି । କମ ସମୟରେ ମାତ୍ରାଧିକ ସଫଳତା ମିଳିଯାଇ ଥିବାରୁ ତାଙ୍କର ଅହଙ୍କାର ବଢ଼ିଯାଇଥିବା ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର