ସନ୍ତାନ ପ୍ରସବର ଦୁଇଦିନ ପରେ ସୁଟିଂ କରିଥିଲେ ଏହି ଅଭିନେତ୍ରୀ!

ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ତଥା ଟେଲି ଅଭିନେତ୍ରୀ ସ୍ମୃତି ଇରାନୀଙ୍କର ଜନ୍ମଦିନ। ସେ ୧୯୭୬ ମସିହା ମାର୍ଚ୍ଚ ୨୩ ତାରିଖରେ ଜନ୍ମ ହୋଇଥିଲେ।

ସ୍ମୃତି ଇରାନୀ ଏକତା କପୁର୍‌ଙ୍କ ଲୋକପ୍ରିୟ ମେଗା ସିରିଆଲ୍‌ ‘କୁଁ୍ୟ କି ଶାଶ୍‌ ଭି କଭି ବୋହୂ ଥି’ରେ ଅଭିନୟ କରୁଥିବା ସମୟରେ ମାତୃତ୍ୱ ଲାଭ କରିଥିଲେ। ସବୁଠୁ ଉଲ୍ଲେଖନୀୟ ପ୍ରସଙ୍ଗ ହେଲା ଯେ, ତାଙ୍କୁ ସନ୍ତାନ ପ୍ରସବ କରିବାର ଦୁଇଦିନ ପରେ ସୁଟିଂ ସେଟ୍‌ରେ ଅଭିନୟ କରିବାକୁ ପଡ଼ିଥିଲା।

ସ୍ମୃତିଙ୍କୁ ଯେତେବେଳେ ପ୍ରସବ ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା,ସେତେବେଳେ ବାଲାଜୀ ଟେଲିଫିଲ୍ମସ୍‌ ଅଫିସରୁ ଫୋନ୍‌ ଆସିଥିଲା। ସେଥିରେ କୁହାଯାଇଥିଲା ସୁଟିଂ ପାଇଁ ପ୍ରସ୍ତୁତ ହେବାକୁ। କିନ୍ତୁ ସ୍ମୃତିଙ୍କ ସ୍ୱାମୀ କହିଥିଲେ ଯେ ସ୍ମୃତି ଏବେ ସନ୍ତାନ ପ୍ରସବା,ସେ ହସ୍ପିଟାଲ୍‌ରେ ଅଛନ୍ତିି।ପୁଣି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରଶ୍ନ କାଯାଇଥିଲା ଯେ,ଡ଼େଲିଭରି କେତେବେଳେ ହେବ ବୋଲି ଡ଼ାକ୍ତର କହିଛନ୍ତି। ଉତ୍ତର ମିଳିଥିଲା ଆଜି। ପୁଣି କୁହାଗଲା ଯେ ୭୨ ଘଣ୍ଟାରେ ସୁଟିଂରେ ଯୋଗ ଦେବାକୁ ପଡ଼ିବ।

Livemint

ସ୍ମୃତି ଇରାନୀ ନିର୍ଦ୍ଧାରିତ ସମୟରେ ସନ୍ତାନଙ୍କୁ ଜନ୍ମ ଦେଲେ ଓ ୭୨ ଘଣ୍ଟା ପୂର୍ବରୁହିଁ ‘କୁଁ୍ୟ କି ଶାଶ୍‌ ଭି କଭି ବୋହୂ ଥି’ର ସୁଟିଂ ସେଟ୍‌ରେ ପହଁଞ୍ଚଥିଲେ। ସ୍ମୃତିଙ୍କ ଅଭିନୟ ଓ ନିଜର କାର୍ଯ୍ୟପ୍ରତି ଥିବା ସମର୍ପଣ ଭାବ ଦେଖି ପ୍ରଭାବିତ ହୋଇଥିଲେ ନିର୍ମାତ୍ରୀ ଏକତା କପୁର। ସେ ସ୍ମୃତିଙ୍କର ପ୍ରଶଂସା ବି କରିଥିଲେ।

ସମ୍ବନ୍ଧିତ ଖବର