ଏହି କାରଣ ପାଇଁ ନିଜ ଠାରୁ ୧୦ ବର୍ଷ ବଡ଼ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଥିଲେ କରୀନା କପୁର, ଘରୁ ଲୁଚି ପଳାଇବାର କରିଥିଲେ ଯୋଜନା

ମୁମ୍ବାଇ: ଅକ୍ଟୋବର ୧୬, ୨୦୧୬ରେ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଥିଲେ । ନିଜଠାରୁ ୧୦ ବର୍ଷ ବଡ଼ ଅଭିନେତାଙ୍କୁ ବିବାହ କରିବା ପରେ ଦୁହିଁଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କ’ଣ ପାଇଁ ସେ ନିଜ ଠାରୁ ୧୦ବର୍ଷ ବଡ଼ ସୈଫ୍‌ଙ୍କୁ ବିବାହ କଲେ ସେ ପ୍ରଶ୍ନ ସମସ୍ତଙ୍କ ମନରେ ରହିଥିବା ପରେ କିଛି ଦିନ ତଳେ ଏହାର କାରଣ ଜଣାଇଛନ୍ତି କରୀନା । ଏକ ସାକ୍ଷାତକାରରେ ଯୋଗ ଦେଇଥିବା ବେଳେ ତାଙ୍କୁ ସୈଫ୍‌ଙ୍କୁ ବିବାହ କରିବାର କାରଣ ପଚରା ଯାଇଥିଲା ।

bollywoodfilmfame.com

ଯାହାର ଉତ୍ତରରେ,”ମୋତେ ମୋ ଭଳି ଜୀବନସାଥୀ ଦରକାର ଥିଲା । ଯିଏ ଅନ୍ୟମାନଙ୍କ ଅପେକ୍ଷା ନିଜ ମନର କଥା ଶୁଣୁଥିବ । ସେ ଗୁଣ ମୋତେ ସୈଫ୍‌ଙ୍କ ଭିତରେ ନଜର ଆସିଥିଲା । ଯାହା ପାଇଁ ମୁଁ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲି । ଏମିତିକି ସୈଫ୍‌ଙ୍କୁ ବିବାହ କରିବା ପାଇଁ ମୁଁ ଘରୁ ଲୁଚି ପଳାଇବାର ଯୋଜନା କରିଥିଲି । ବିବାହକୁ ମିଡିଆରେ ଚର୍ଚ୍ଚାର ବିଷୟ କରିବାକୁ ଚାହୁଁ ନଥିବାରୁ ମୁଁ ଘର ଲୋକଙ୍କୁ ଧମକ ଦେଇଥିଲି । ଯଦି ବିବାହକୁ ନେଇ ଅଧିକ ଚର୍ଚ୍ଚା ହୁଏ ତେବେ ମୁଁ ଘରୁ ଲୁଚି ପଳାଇବା ସହ ବିବାହ କରିବି” ବୋଲି କହିଥିଲେ କରୀନା ।

ସମ୍ବନ୍ଧିତ ଖବର