ସୋସିଆଲ୍‌ ମିଡିଆରେ ‘ସୋସିଆଲ୍‌ ମିଡିଆ ପିଡିଏ କପୁଲ୍‌ ଅଫ୍‌ ଦ ଇୟର୍‌’ ଆଓ୍ଵାର୍ଡ ଜିତଲେ ଏହି ଯୋଡ଼ି

ମୁମ୍ବାଇ: ଗତବର୍ଷ ୨୦୧୮ ମସିହାରେ ସୋସିଆଲ୍‌ ମିଡିଆରେ ଅନେକ ଦମ୍ପତି ଚର୍ଚ୍ଚାରେ ରହିଥିଲେ। ବିରାଟ କୋହଲି- ଅନୁଷ୍କା ଶର୍ମା, ସୋନମ କପୁର-ଆନନ୍ଦ ଆହୁଜା, ଅର୍ଜୁନ କପୁର-ମଲାଇକା ଆରୋରା ଆଲିଆ ଭଟ୍ଟ-ରଣବୀର କପୁର ଓ ଦୀପିକା ପାଦୁକୋନ-ରଣବୀର ସିଂହ ପ୍ରମୁଖ। ପ୍ରାୟ ସବୁ ଯୋଡ଼ିଙ୍କ ପ୍ରତି ଦର୍ଶନ ନିଜର ଭଲାପାଇବା ପ୍ରଦର୍ଶନ କରିଛନ୍ତି। ତେବେ ଏ ସମସ୍ତଙ୍କ ମଧ୍ୟରୁ ସବୁଠାରୁ ଅଧିକ ଦର୍ଶକଙ୍କ ହୃଦୟଙ୍କୁ ଛୁଇଁଛନ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା। ବିରୁଷ୍କାଙ୍କ ଯୋଡ଼ି ସୋସିଆଲ୍‌ ମିଡିଆରେ ‘ସୋସିଆଲ୍‌ ମିଡିଆ ପିଡିଏ କପୁଲ୍‌ ଅଫ୍‌ ଦ ଇୟର୍‌’ ଆଓ୍ଵାର୍ଡ ଜିତିଛି।

ସୋସିଆଲ୍‌ ମିଡିଆରେ ହୋଇଥିବା ଏକ ପୋଲ୍‌ ଜରିଆରେ ପ୍ରଶଂସକମାନେ ନିଜ ନିଜର ଯୋଡ଼ିଙ୍କୁ ଭୋଟ ଦେଇ ବାଛିଛନ୍ତି। ତେବେ, ସର୍ବାଧିକ ଭୋଟ ଯାଇଛି ବିରୁଷ୍କାଙ୍କ ଯୋଡ଼ିଙ୍କୁ। ଏହି ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆଲଇ ଭଟ୍ଟ ଓ ରଣବୀର କପୁର। ତୃତୀୟ ସ୍ଥାନ ଅଧିକାର କରିଛନ୍ତି ମଲାଇକା ଆରୋରା ଓ ଅର୍ଜୁନ କପୁର। ବିରୁଷ୍କାଙ୍କୁ ୩୩ ପ୍ରତିଶତ ପ୍ରଶଂସକ ସମର୍ଥନ ଦେଇଥିବା ବେଳେ ଅଲିଆ-ରଣବୀରଙ୍କୁ ୨୬% ଓ ମଲାଇକା-ଅର୍ଜୁନଙ୍କୁ ୨୪% ସମର୍ଥନ ମିଳିଛି।

ସମ୍ବନ୍ଧିତ ଖବର