ଭାରତୀୟ କ୍ରିକେଟର ରୋହିତ୍‌ ଶର୍ମାଙ୍କୁ ନେଇ ସୋଫିଆ ହୟାତ୍‌ଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରଥମ ଦେଖାରେ ହିଁ ରୋହିତ୍‌ ମୋତେ ଚୁମ୍ବନ ଦେଇଥିଲେ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ସବୁଟାରୁ ଶାନ୍ତ ଏବଂ ସୋବର କ୍ରିକେଟର ଭାବେ ଗଣା ଯାଉଥିବା ରୋହିତ୍‌ ଶର୍ମାଙ୍କୁ ନେଇ ତାଙ୍କ ପୂର୍ବ ପ୍ରେମିକା ସୋଫିଆ ହୟାତ୍‌ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ବିଗ୍‌ ବସ୍‌-୭ର ବିବାଦୀୟ ପ୍ରତିଯୋଗୀ ଭାବେ ଗଣା ଯାଉଥିବା ସୋଫିଆ ଏକ ସାକ୍ଷାତକାରରେ ରୋହିତ୍‌ଙ୍କୁ ନେଇ ନିଜର ବୟାନ ରଖିଥିଲେ ।

ତାଙ୍କ କହିବା ଅନୁଯାୟୀ, ଲଣ୍ଡନରେ ମୁଁ ପ୍ରଥମ ଥର ପାଇଁ ରୋହିତ୍‌ଙ୍କ ସହ ଦେଖା ହୋଇଥିଲି । ସେଠାରେ ମୁଁ ଏକ ପାର୍ଟିରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ମୋର ଜଣେ ବନ୍ଧୁ ରୋହିତ୍‌ଙ୍କ ସହ ପରିଚୟ କରାଇଥିଲେ । କିନ୍ତୁ ସେତେବେଳେ ମୁଁ ତାଙ୍କୁ ଭଲ ଭାବରେ ଜାଣି ନଥିଲି । ପରିଚୟ ହେବା ପରେ ଆମେ ଦୁହେଁ ସେହି ପାର୍ଟିରେ କଥା ହେବା ଆରମ୍ଭ କରିଥିଲୁ । କିଛି ସମୟ କଥା ହେବା ପରେ ଆମେ ଗୋଟେ ପାଖକୁ ଯିବା ସହ ରୋହିତ୍‌ ମୋତେ ଚୁମ୍ବନ ଦେଇଥିଲେ । ପ୍ରଥମ ଦେଖାର କିଛି ଦିନ ପରେ ସେ ମୋ ଘରକୁ ଚାଲି ଆସିଥିଲେ । କିଛି ଦିନ ଆମେ ସାଥିରେ ରହିବା ପରେ ମୁଁ ଭାରତ ଫେରି ଆସିଥିଲି । ଭାରତ ଆସିବା ପରେ ମଧ୍ୟ ଘରେ ଏବଂ ହୋଟେଲରେ ଆମର ଦେଖା ସାକ୍ଷାତ ହୋଇଥିଲା ।

MSN.com

କିଛି ଦିନ ପରେ ଏ ଖବର ମିଡିଆ ସାମ୍ନାକୁ ଆସି ଯାଇଥିଲା । କିନ୍ତୁ ସେ ସତ ନ କହି ସମସ୍ତଙ୍କୁ ମୁଁ ତାଙ୍କର ପ୍ରଶଂସକ ବୋଲି ପରିଚୟ ଦେଇଥିଲେ । ଯାହା ମୋତେ ଖରାପ ଲାଗିଥିଲା । ତାଙ୍କର ଏଭଳି ବ୍ୟବହାର ପରେ ମୁଁ ତାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲି ବୋଲି ସୋଫିଆ କହିଛନ୍ତି । ତାଙ୍କର ଏଭଳି ବୟାନ ରୋହିତ୍‌ଙ୍କ ବୈବାହିକ ଜୀବନରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର