ସୋହା ଅଲ୍ଲୀ ଖାନ୍‌ କ’ଣ ହୁଅନ୍ତୁ ବୋଲି ପରିବାର ଲୋକେ ଚାହୁଁଥିଲେ ଜାଣନ୍ତି କି !

ମୁମ୍ବାଇ :ସୋହା ଅଲ୍ଲୀ ଖାନ୍‌ ବଲିଉଡ଼୍‍ରେ ଜଣେ ଟପ୍‌ ହିରୋଇନ୍‌ ହୋଇ ପାରିନଥିଲେ ବି ବେଶ୍‌ ଲୋକପ୍ରିୟ।ଅବଶ୍ୟ ସୋହା ଶର୍ମିଲା ଟାଗୋରଙ୍କ ଝିଅ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଭଉଣୀ ଭାବେ ଅଧିକ ମର୍ଯ୍ୟାଦା ପାଆନ୍ତି। ତାଙ୍କର ଆଉ ଏକ ପରିଚୟ ହେଲା ଯେ ସୋହା ହେଉଛନ୍ତି ଅଭିନେତା କୁନାଲ ଖେମୁଙ୍କ ପତ୍ନୀ।

ଇତିମଧ୍ୟରେ ସୋହା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ରଙ୍ଗ୍‌ ଦେ ବସନ୍ତୀ’,‘ତୁମ୍‌ ମିଲେ’,‘ଗୋ ଗୋଆ ଗନ୍‌’ଓ ‘ଖୋୟା ଖୋୟା ଚାନ୍ଦ୍‌’ ଆଦି ରିଲିଜ୍‌ ହୋଇଛି। ସେ ସଂପ୍ରତି ଲେଖିକା ଭାବେ କ୍ୟାରିଅର୍‌ର ଶୁଭାରମ୍ଭ କରିଛନ୍ତି।ତାଙ୍କ ପ୍ରଥମ ପୁସ୍ତକ ହେଲା ‘ଦ ପେରିଲ୍‌ସ ଅଫ୍‌ ବିଂ ମଡ଼ରେଟଲି ଫେମସ୍‌’।

ସୋହା କହିଛନ୍ତି ଯଦିଓ ଅଭିନୟ ଓ ଲେଖନୀ ଚାଳନାରେ ସେ ସିଦ୍ଧହସ୍ତ।କିନ୍ତୁ ତାଙ୍କ ପରିିବାର ଲୋକେ ଆକ୍ଟିଂକୁ ପ୍ରଫେସନ୍‌ ନ କରିବା ଲାଗି ତାଙ୍କୁ ପରାମର୍ଶ ଦେଇଥିଲେ।ବିଶେଷ କରି ମା’ ଶର୍ମିଳା ଟାଗୋର ଏବଂ ବାପା ମନସୁର ଅଲ୍ଲୀ ଖାନ୍‌ ପଟ୍ଟୌଦି ଚାହୁଁଥିଲେ ସୋହା ଅଭିନୟ କ୍ଷେତ୍ରକୁ ନ ଆସନ୍ତୁ ବରଂ ସେ କର୍ପୋରେଟ୍‌ ସେକ୍ଟରରେ କାର୍ଯ୍ୟ କରନ୍ତୁ।ସତ କହିବାକୁ ଗଲେ ଆକ୍ଟିଂ ପାଇଁ ତାଙ୍କୁ ପରିବାରରେ ହତୋତ୍ସାହିତ କରାଯାଇଥିଲା। ତାଙ୍କୁ ବାପା ,ମାଆ କି ଭାଇ କେହି ବି ଅଭିନୟ ପାଇଁ ଉତ୍ସାହିତ କରିନଥିଲେ,ବରଂ ଯେତେବେଳେ ସେ ଆକ୍ଟିଂ ପ୍ରଫେସନ୍‌କୁ ବାଛିଥିଲେ,ସେତେବେଳେ ତାଙ୍କୁ ସେମାନେ ବିରୋଧ ମଧ୍ୟ କରିଥିଲେ ବୋଲି କହିଛନ୍ତି ସୋହା ଅଲ୍ଲୀ ଖାନ୍‌।

photo-youtube

ପରିବାରର କଥା ମାନି ସୋହା କିଛି ଦିନ କର୍ପୋରେଟ୍‌ ଜଗତରେ କାମ ମଧ୍ୟ କରିଥିଲେ,କିନ୍ତୁ ସେଥିରେ ତାଙ୍କର ମନ ଲାଗିଲା ନାହିଁ। ସୋହା କହିଛନ୍ତି ଯେ, ସେ ତାଙ୍କ ଝିଅକୁ ସେଭଳି କୌଣସି ଚାପରେ ରଖିବେ ନାହିଁ। ଝିଅ ଯେଉଁ ପ୍ରଫେସନ୍‌ରେ କ୍ୟାରିଅର୍‌ କରିବାକୁ ଚାହିଁବ,ସେ ତାର ସାଥ୍‌ ଦେବେ।

ସମ୍ବନ୍ଧିତ ଖବର