ଫିଲ୍ମରେ ସଫଳତା ନ ମିଳିବାରୁ ଏବେ ଛୋଟ ପରଦାରେ କାମ ଆରମ୍ଭ କରିବାକୁ ଯାଉଛନ୍ତି ସୋହେଲ ଖାନ୍‌, ପ୍ରଯୋଜନା ଦାୟିତ୍ୱ ତୁଲାଇବେ ସଲମାନ୍‌

ମୁମ୍ବାଇ: ‘ଦ କପିଲ ଶର୍ମା’ ସୋ’ସଫଳ ହେବା ପରେ ଏବେ ପୁଣି ନୂଆ ଟିଭି ସୋ’ ଆଣିବାକୁ ଯାଉଛନ୍ତି ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ସୋ’ର କାହାଣୀ ଗାମା ପହିଲବାନଙ୍କ ଉପରେ ଆଧାରିତ ଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସଲମାନ୍‌ ଖାନ୍‌ । ଏହି ସୋ’ ମାଧ୍ୟମରେ ପ୍ରଥମ ଥର ପାଇଁ ସଲମାନଙ୍କ ଭାଇ ସୋହେଲ ଛୋଟ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସୋ’ରେ ସୋହେଲଙ୍କ ସମେତ ଧାରାବାହିକ ‘ସାଥିଆ’ର ମୁଖ୍ୟ ଅଭିନେତା ମହମ୍ମଦ ନଜିମ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ବୋଲି ଜଣା ପଡ଼ିଛି । ସଲମାନଙ୍କ ପ୍ରଯୋଜିତ ଏହି ନୂଆ ସୋ’କୁ ନେଇ ସୋ’ର ନିର୍ଦ୍ଦେଶକ ପୁନିତ୍‌ ଇସ୍ସର ସୂଚନା ଦେବା ସହ ସୋ’ଟି ଅପ୍ରେଲ ମାସରେ ପ୍ରସାରିତ ହେବ ବୋଲି ଜଣା ପଡ଼ିଛି । ଏହାର ସୁଟିଂ ଲଣ୍ଡନ ଏବଂ ପଞ୍ଜାବରେ କରାଯିବ ।

India TV

ସୂଚନା ମୁତାବକ, ସଲମାନ ଏହି କାହାଣୀକୁ ନେଇ ପୂର୍ବରୁ ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ । କିନ୍ତୁ ଏହି କାହାଣୀ ସହ ମିଶିବା ଭଳି ଫିଲ୍ମ ଅଭିନେତା ଜନ୍‌ ଆବ୍ରାହିମ୍‌ ତିଆରି କରିବା ପାଇଁ ଯୋଜନା କରୁଥିବାରୁ ସଲମାନ ଏହାକୁ ଛୋଟ ପରଦାରେ ଦେଖାଇବେ ବୋଲି ନିଷ୍ପତି ନେଇଥିଲେ ।

ସମ୍ବନ୍ଧିତ ଖବର