ଇଚ୍ଛା ନଥିଲେ ‘ନୋ ପିକ୍‌ଚର ପ୍ଲିଜ କହିବା ବି ଶିଖି ଗଲେଣି ତୈମୁର

ମୁମ୍ବାଇ: ସୈଫ୍‌ଅଲ୍ଲୀ ଖାନ୍‌ ଏବଂ କରୀନା କପୁରଙ୍କ ପୁଅ ତୈମୁରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଅନେକ ସମୟରେ ଦେଖିବାକୁ ମିଳିଛି। ଫଟୋଗ୍ରାଫରମାନେ ବି ସ୍କୁଲ ହେଉ କି ଏୟାରପୋର୍ଟ ଯେଉଁଠି ତୈମୁରଙ୍କ ଉପରେ ନଜର ପଡ଼ିଲା ଫଟୋ ଉଠାଇବା ପାଇଁ ଭିଡ଼ ଜମାଇ ଦେଇ ଥାଆନ୍ତି।

ତୈମୁର ବି କ୍ୟାମେରାକୁ ଦେଖିବା କ୍ଷଣି ଭିନ୍ନ ଭିନ୍ନ ଶୈଳୀରେ ଫଟୋ ଉଠାଇ ବେଶ୍‌ ଖୁସି ହୁଅନ୍ତି। କିନ୍ତୁ ଏବେ ଫଟୋଗ୍ରାଫରଙ୍କୁ ଦେଖିଲେ ଫଟୋ ଉଠାଇବାକୁ ମନା କରିବା ଶିଖିଗଲେଣି। କ୍ୟାମେରା ଦେଖିଲେ ‘ନୋ ଫଟୋ ପ୍ଲିଜ୍‌’କୁ ଅତି ସୁନ୍ଦର ଭାବେ ତୈମୁର କହୁଛନ୍ତି ବୋଲି ସୈଫ୍‌ ଏକ ସାକ୍ଷାତକାରରେ କହିଛନ୍ତି।

କିଛିଦିନ ପୂର୍ବରୁ ସୈଫ୍‌ଙ୍କ ପଡିଶାଘର ଲୋକ ଅଭିଯୋଗ କରିଥିଲେ କି ଘର ବାହାରେ ଫଟୋଗ୍ରାଫରଙ୍କ ଭିଡ ଜମା ହେବା ହେତୁ ସେମାନଙ୍କୁ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ୁଛି। ଏହି ଘଟଣା ପୁଲିସ ପର୍ଯ୍ୟନ୍ତ ପହଞ୍ଚିଯିବା ପରେ ସୈଫ୍‌ ଫଟୋଗ୍ରାଫରଙ୍କ ସହିତ କଥା ହୋଇ ତାଙ୍କ ଘର ସାମ୍ନାରେ ବେଶୀ ସମୟ ଛିଡା ନହେବାକୁ ଅନୁରୋଧ କରିଥିଲେ। ଫଟୋଗ୍ରାଫର ବି ତାଙ୍କ କଥା ମାନି ନେଇଥିଲେ ବୋଲି ସୈଫ୍‌ ଏକ ସାକ୍ଷାତକାରରେ କହିଥିଲେ।

ସମ୍ବନ୍ଧିତ ଖବର