ମୁମ୍ବାଇ: କିଛି ଦିନ ଅନ୍ତରରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାର .କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି ବଲିଉଡ୍ କଣ୍ଠଶିଳ୍ପୀ ସୋନା ମହାପାତ୍ର। ନିକଟରେ ସେ ବଲିଉଡ୍ର କିଛି ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଗୀତକୁ ଭଲ ଭାବେ ଲିପ୍ ସିନ୍ କରାଯାଉ ନାହିଁ।
ସୋନା ଏକ ସାକ୍ଷାତ୍କାରରେ କହିଛନ୍ତି କି ନିକଟରେ ସେ ’ସାଣ୍ଡ୍ କି ଆଁଖ୍’ରେ ଗାଇଥିବା ଗୀତ ‘ଗୋଲ୍ଡ ବେବି’ରେ ଅଭିନୟ କରିଥିବା ବଲିଉଡ୍ର ଦୁଇ ଜଣାଶୁଣା ଅଭିନେତ୍ରୀ ତାପସୀ ପାନ୍ନୁ ଓ ଭୂମି ପେଡ୍ନେକର୍ ତାଙ୍କ ଗୀତରେ ଠିକ୍ ଭାବେ ଅଭିନୟ କରିପାରିନାହାନ୍ତି। ସେମାନେ ଗୀତର ପଦ ଅନୁସାରେ ସେମାନଙ୍କ ଓଠକୁ ମିଶାଇ ପାରିନାହାନ୍ତି।
ସୋନା ଭୂମି ଏବଂ ତାପସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ‘ଲିପ୍ ସିନ୍ କରିବା ପୂର୍ବରୁ ତୁମେମାନେ ଥରୁ ଟିଏ ବି ଗୀତକୁ ଶୁଣି ନାହଁ? ତୁମେ ମାନେ ସେଟ୍କୁ ଆସି ଏପରି ଟିକେ ମୁହଁ ହଲାଇ ଚାଲି ଗଲେ କ’ଣ ଦର୍ଶକ ବୁଝି ପାରିବେନି? କୁଆଡୁ ବି ଲାଗୁନି ଯେ ପରଦାରେ ଗୀତ ତୁମେ ଗାଇଛ ବୋଲି।’
କେବଳ ଭୂମି ଓ ତାପସୀଙ୍କ ଉପରେ ନୁହେଁ ସୋନା ଏହି ଅଭିଯୋଗ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ଉପରେ ବି ଆଣିଛନ୍ତି। ସେ କହିଛନ୍ତି କି ତାଙ୍କର ଏକ ଗୀତରେ ଜାକ୍ଲିନ୍ ସେୟାଁ ଶବ୍ଦ ଉଚ୍ଚାରଣ ବେଳେ ମୁଁହ ଖୋଲି ହିଁ ନାହାନ୍ତି। ସେ ମଧ୍ୟ ଠିକ୍ ଭବେ ଗୀତର ପଦ ସହ ନିଜର ଓଠକୁ ମିଶାଇ ପାରିନାହାନ୍ତି।