ମୁମ୍ବାଇ: ପୁଣି ଦବଙ୍ଗ ବୟ ସଲମାନ ଖାନଙ୍କୁ ଟାର୍ଗେଟ କଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର। ନିକଟ ଅତୀତରେ ସଲମାନ ଖାନଙ୍କୁ ସମାଲୋଚନା କରି ସଲମାନଙ୍କ ପ୍ରଶଂସକଙ୍କ ଦ୍ୱାରା ସମାଲୋଚିତ ହୋଇଥିବା ସୋନା ମୋହାପାତ୍ର ପୁଣି ଥରେ ଦବଙ୍ଗ ବୟଙ୍କୁ ଥଟା କରି ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟର୍ରେ ଏକ ପୋଷ୍ଟ୍ ଲେଖିଛନ୍ତି।
ନିକଟରେ ରିଲିଜ୍ ହୋଇଥିବା ସଲୁ ମିଆଁଙ୍କ ‘ଭାରତ’ ଚଳଚ୍ଚିତ୍ରକୁ ନେଇ ସୋନା ତାଙ୍କୁ ପରିହାସ କରି ଲେଖିଛନ୍ତି ଯେ ସଲମାନ ହେଉଛନ୍ତି କାଗଜ ବାଘ ‘ପେପର୍ ଟାଇଗର୍’।
Q. What do you call filmi superstars that don’t even deliver a single, full week of returns in the public domain despite all the hype, promotions & posturing?
A. Paper Tigers
(P.S : Stop worshipping these paper tigers dear #India . Let’s find & BE more worthy ‘heros’) https://t.co/VkZKUvKj93— SONA (@sonamohapatra) June 15, 2019
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସୋନା ଏଭଳି ଭାବେ ପ୍ରଥମ ଥର ପାଇଁ ସଲମାନଙ୍କୁ ସମାଲୋଚନା କରିନାହାନ୍ତି। ପୂର୍ବରୁ ମଧ୍ୟ ଅଭନେତ୍ରୀ ପ୍ରିୟଙ୍କା ଚୋପ୍ରା ‘ଭାରତ’ ଚଳଚ୍ଚିତ୍ର ଛାଡ଼ିବା ପରେ ସଲମାନ ତାଙ୍କ ପ୍ରତି ଦେଉଥିବା ମନ୍ତବ୍ୟକୁ ନିନ୍ଦା କରି ଟ୍ଵିଟ୍ କରିଥିଲେ ସୋନା।