ସଲମାନଙ୍କୁ ନେଇ ଟୁଇଟ୍‌ରକୁ ଏଭଳି ଅନୁରୋଧ କଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର, ଲୋକେ କଲେ ଅପମାନିତ

ମୁମ୍ବାଇ : ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ର ସବୁବେଳେ ନିଜ ସଙ୍ଗୀତ ଅପେକ୍ଷା ନିଜର ବିବାଦୀୟ ବୟାନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ସେ ଗାଉଥିବା ଗୀତକୁ ନେଇ ଅନେକ ବିବାଦ ଉଠି ସାରିଥିବା ବେଳେ ଏବେ ସେ ବଲିଉଡ୍‌ର ଦବଙ୍ଗ ଷ୍ଟାରଙ୍କୁ ନେଇ ଯେଉଁ ଭଳି ଭାବରେ ଟୁଇଟ୍‌ କରିଛନ୍ତି ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି ।

ସୂଚନା ମୁତାବକ, ସୋନା ମହାପାତ୍ର ଟୁଇଟ୍‌ରକୁ ଟ୍ୟାଗ୍‌ କରି ଏକ ଟୁଇଟ୍‌ କରିଥିଲେ । ଯେଉଁଥିରେ ସଲମାନଙ୍କୁ ସୂଚାଇ ସୋନା ଲେଖିଥିଲେ, ‘ମୁଁ ଏହି ଲୋକଟିକୁ ଫଲୋ କରୁ ନାହିଁ । ଦୟାକରି ତାଙ୍କ ସହ ଜଡ଼ିତ ବିଜ୍ଞାପନ ଟୁଇଟ୍‌ଗୁଡ଼ିକ ମୋ ଟାଇମ୍‌ଲାଇନ୍‌ରେ ଦେଖାଇବେ ନାହିଁ” ।

ସଲମାନଙ୍କୁ ନେଇ ସୋନା ଏଭଳି ଟୁଇଟ୍‌ କରିବା ପରେ ଟୁଇଟ୍‌ଟି ସଲମାନଙ୍କ ପ୍ରଶଂସକଙ୍କୁ ଖୁବ୍‌ ଅପମାନିତ କରିଥିଲା । ଯାହା ପରେ ସେମାନେ ସୋନାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର