ରାମାୟଣର ଏହି ସାଧାରଣ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ ସୋନାକ୍ଷୀ, ଟ୍ଵିଟର୍‌ରେ ଚାଲିଲା ‘#ସୋନାକ୍ଷୀସୋଡମ୍ବ’ ଟ୍ରେଣ୍ଡ୍‌

ମୁମ୍ବାଇ: ଅମିତାଭ ବଚ୍ଚନ ହୋଷ୍ଟିଂ କରୁଥିବା ଦେଶର ବଡ଼ ରିୟଲିଟି ସୋ’ ‘କୌନ ବନେଗା କରୋଡପତି’ରେ ଏକ ଭୁଲ୍‌ ଉତ୍ତର ଦେଇ ଟୁଇଟର୍‌ରେ ଟ୍ରେଣ୍ଡ୍‌ ହୋଇଛନ୍ତି ସୋନାକ୍ଷୀ ସିହ୍ନା। ପ୍ରଶ୍ନଟି ଅତ୍ୟନ୍ତ ସାଧାରଣ ହୋଇଥିବା ବେଳେ ତାହାର ଉତ୍ତର ଦେବା ବେଳେ ସୋନାକ୍ଷୀ ଦ୍ୱନ୍ଦ୍ୱ ପଡ଼ିବା କଥାକୁ ନେଇ ଥଟ୍ଟା କରିଛନ୍ତି ଦର୍ଶକମାନେ।

ପ୍ରଶ୍ନଟି ଥିଲା, ‘ରାମାୟଣରେ ହନୁମାନ ସଂଜୀବନୀ କାହା ପାଇଁ ନେଇ କରି ଆସିଥିଲେ?’ ସୁଗ୍ରୀବ, ସୀତା ଲକ୍ଷ୍ମଣ ନା ରାମ?

ଏପରି ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେବା ପାଇଁ ସୋନାକ୍ଷୀ ଅନେକ ଥର ଭାବିଥିଲେ। ଭାବିବା ପରେ ପ୍ରଥମେ ସୀତା ବୋଲି କହିଥିଲେ ଓ ଶେଷର ଉତ୍ତର ରଖିଥିଲେ ରାମ।

ସୋନାକ୍ଷୀଙ୍କର ଏପରି ଏକ ଉତ୍ତରରେ ତାଙ୍କୁ ସୋସିଆଲ୍‌ ମିଡିଆରେ ସମାଲୋଚନା କରାଯାଇଛି। #ସୋନାକ୍ଷୀସୋଡମ୍ବ ବୋଲି ଏବେ ଟ୍ରେଣ୍ଡ୍‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର