ନୂଆଦିଲ୍ଲୀ: ମହାନ ଜନନେତା, ଭାରତୀୟ ଅଣକଂଗ୍ରେସ ରାଜନୀତିରେ ପ୍ରବାଦ ପୁରୁଷ, କବି, ପ୍ରଚଣ୍ଡ ବାଗ୍ମୀ ଅଟଳ ବିହାରୀ ବାଜପେୟୀଙ୍କର ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ଅପରାହ୍ନ ୦୫.୦୫ ରେ ଶ୍ରୀ ବାଜପେୟୀ ଏମ୍ସରେ ଚିକିତ୍ସିତ ଥିବା ଅବସ୍ଥାରେ ପରଲୋକ ଗମନ କରିଛନ୍ତି। ବାଜପେୟୀଙ୍କୁ ଚିକିତ୍ସା ପାଇଁ ଜୁନ୍ ୧୧ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହାପରଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା ସେଥିପାଇଁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖା ଯାଇଥିଲା। ବାଜପେୟୀଙ୍କ ନିଧନଙ୍କୁ ନେଇ ବଲିଉଡ୍ ତାରକାମାନେ ଶୋକ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ନେତା ଶ୍ରତ୍ରୁଘ୍ନ ସିହ୍ନାଙ୍କ ଝିଅ ତଥା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଅଟଳଙ୍କ ନିଧନକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି, ‘ମୁଁ ଛୋଟ ଥିବା ବେଳେ, ବାଜପେୟୀ ଜୀଙ୍କ ସହ ମୋର ସାକ୍ଷାତ ହୋଇଥିଲା। ମୋର ପିତା ବାଜପେୟୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ। ମୋର ଯେତେ ଦୂର ମନେ ଅଛି ସେ ଜଣେ ମାଜାଳିଆ, ଭାବୁକ ଓ ବିନମ୍ର ସ୍ୱଭାବର ବ୍ୟକ୍ତି। ସେ ଯେତେବେଳେ କଥା କହନ୍ତି, ସବୁକିଛି ଛାଡ଼ି ତାଙ୍କ କଥା ହିଁ ଶୁଣିବାକୁ ଇଚ୍ଛା ହୋଇଥାଏ।’