ଛୋଟ ପରଦାକୁ ଫେରିଲେ ସୋନାଲୀ ବେନ୍ଦ୍ରେ

ମୁମ୍ବାଇ : ନବେ ଦଶକର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ସୋନାଲି ବେନ୍ଦ୍ରେ । ସେ ଅମିର୍‌ ଖାନ୍‌,ସଲମାନ ଖାନ୍‌ ଓ ଶହାରୁଖ୍‌ ଖାନ୍‌ଙ୍କ ଭଳି ସୁପରଷ୍ଟାରଙ୍କ ବିପକ୍ଷରେ ନାୟିକା ବନିଥିଲେ । ସୋନାଲିଙ୍କର କେତେକ ଉଲ୍ଲେଖନୀୟ ସିନେମା ହେଲା ‘ହମ୍‌ ସାଥ୍‌ ସାଥ୍‌ ହୈ’,‘ଇଂଲିସ୍‌ ବାବୁ ଦେଶୀ ମେମ୍‌’,‘ଡ଼ୁପ୍ଲିକେଟ୍‌’,‘ସର୍‌ଫରୋସ’,‘ଆଗ୍‌’ ଇତ୍ୟାଦି । କିଛି ବର୍ଷ ହେବ ସୋନାଲି ବେନ୍ଦ୍ରେ ଲାଇମ୍‌ଲାଇଟ୍‌ରୁ ଦୁରରେ ରହିଥିଲେ । ହେଲେ ଏବେ ଖବର ମିଳିଛି ଯେ ସେ ତିନି ବର୍ଷ ବ୍ରେକ୍‌ ନେବା ପରେ ପୁଣି ଥରେ ଛୋଟ ପରଦାକୁ ଫେରିଛନ୍ତି ।

Mid-Day

ପ୍ରାପ୍ତ ସୂଚନା ଅନୁଯାୟୀ,ସୋନାଲି ବେନ୍ଦ୍ରେ ରିୟଲିଟି ସୋ’ ଇଣ୍ଡିଆଜ୍‌ ବେଷ୍ଟ ଡ଼୍ରାମେବାଜ୍‌ରେ ନଜର ଅସିବେ । । ସୋନାଲି ଏହି ସୋ’ର ସୁଟିଂ ସେଟ୍‌ର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ପୂର୍ବରୁ ସୋନାଲି ଏହି ସୋ’ରେ ଜଜ୍‌ ବନିଥିଲେ । ସୋନାଲି ବେନ୍ଦ୍ରେ ୨୦୧୩ ଓ ୨୦୧୫ରେ ଇଣ୍ଡିଆଜ୍‌ ବେଷ୍ଟ ଡ଼୍ରମେବାଜ୍‌ ସୋ’ରେ ଜଜ୍‌ର ଭୁମିକା ନିର୍ବାହ କରିଥିଲେ । ଏଥର ଏହି ସୋ’ରେ ତାଙ୍କ ସାଥ୍‌ ଦେବେ ନିର୍ଦ୍ଦେଶକ କବୀର୍‌ ଖାନ୍‌ ଏବଂ ଅଭିନେତ୍ରୀ ଦିୟା ମିର୍ଜା । ସୋନାଲି ବେନ୍ଦ୍ରେ କହିଛନ୍ତି ଯେ ଏହି ସୋ’କୁ ଫେରିବା ତାଙ୍କ ପାଇଁ ଘର ବାହୁଡ଼ା ଭଳି । ସାରା ଦେଶରେ ପ୍ରତିଭାଶାଳୀ ପିଲାମାନଙ୍କର ପ୍ରତିଭାକୁ ଚିହ୍ନି ସେମାନଙ୍କୁ ବଡ଼ ସୁଯୋଗ ପ୍ରଦାନ କରୁଛି ଇଣ୍ଡିଆଜ୍‌ ବେଷ୍ଟ ଡ଼୍ରାମେବାଜ୍‌ ।

ସମ୍ବନ୍ଧିତ ଖବର