କର୍କଟ ରୋଗକୁ ହରାଇ ଏବେ ପରଦାକୁ ଫେରିବାର ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ

ମୁମ୍ବାଇ : ଗତ ବର୍ଷ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ କର୍କଟ ରୋଗ ହେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ରିୟାଲିଟି ସୋ’ର ସୁଟିଂ ଛାଡ଼ିି ଯିବାକୁ ପଡ଼ିଥିଲା । ନିଜ ରୋଗ ସଂପର୍କରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ଜଣାଇଥିଲା । ଖବରଟି ତାଙ୍କ ପ୍ରଶଂସକମାନଙ୍କୁ ନିରାଶ କରିଥିବା ବେଳେ ଏବେ ତାଙ୍କ ସହ ଜଡ଼ିତ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଶୁଣିବା ପରେ ସୋନାଲୀ ବେନ୍ଦ୍ରେଙ୍କ ପ୍ରଶଂସକଙ୍କ ମୁହଁରେ ହସ ନିଶ୍ଚୟ ଆସିବ । କର୍କଟ ରୋଗକୁ ହରାଇ ସୋନାଲୀ ପୁଣି ଥରେ ପରଦାକୁ ଫେରିବେ ବୋଲି ଜଣା ପଡ଼ିଛି । ଭାରତ ଫେରି ସେ ନିଜ କାମ ଆରମ୍ଭ କରି ସାରିଥିବା ବେଳେ ଖୁବ୍‌ ଶୀଘ୍ର ପରଦାରେ ନଜର ଆସିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ସୋନାଲି ନିଜ ଇନ୍‌ଷ୍ଟାରେ ଫଟୋ ସେୟାର କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି ।

thehumornation.com

ଫଟୋ ସେୟାର କରି କହିଛନ୍ତି, “ଦୀର୍ଘ ସମୟ ପର୍ଯ୍ୟନ୍ତ ଆରାମ କରି ସୁଟିଂ ସେଟ୍‌କୁ ଫେରିଛି । ଏତେ ଦିନ ପରେ ଏତେ ସବୁ ହେବା ପରେ ଟିକେ ଅଲଗା ଅନୁଭବ ହେଉଛି । ପୁଣି ଥରେ କାମକୁ ଫେରି ମୁଁ ଗୌରବ ଅନୁଭବ କରୁଛି । ବୋଧ ହୁଏ ମୁଁ ଏହାକୁ ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ । କିଛି ଦିନ ହେବ ମୋର ସବୁ ଭାବନା ମରି ଯାଇଥିଲା । କିନ୍ତୁ ଏବେ କ୍ୟାମେରାକୁ ଦେଖିବା ପରେ ସେ ସବୁ ଜିଇଁ ଉଠିଛି।”

ସମ୍ବନ୍ଧିତ ଖବର