କର୍କଟ ରୋଗର ଚିକିତ୍ସା କରୁଥିବା ସମୟରେ ଏହି କଥା ଭାବି ଚାଲିଥିଲେ ସୋନାଲୀ ବେନ୍ଦ୍ରେ

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ନାୟିକା ସୋନାଲୀ ବେନ୍ଦ୍ରେ ସେତେବେଳେ ଚର୍ଚ୍ଚାକୁ ଚାଲି ଆସିଥିଲେ, ଯେତେବେଳେ ସୋନାଲୀଙ୍କ ଏକ ପୋଷ୍ଟ ସାମ୍ନାକୁ ଆସିଥିଲା । କର୍କଟ ରୋଗରେ ପୀଡ଼ିତ ଥିବା ନେଇ ଇନ୍‌ଷ୍ଟାରେ ନିଜ ପ୍ରଶଂସକଙ୍କୁ ସୋନାଲୀ ଜଣାଇବା ପରେ ଖବରଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯାହା ପରେ ପରେ ତାଙ୍କୁ ଚିକିତ୍ସା ପାଇଁ ନ୍ୟୁୟର୍କ ନିଆ ଯାଇଥିଲା । ସେଠାରେ କିଛି ମାସ ରହି କର୍କଟ ରୋଗ ସହ ଲଢ଼ିଥିଲେ ସୋନାଲୀ । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଭାରତ ଫେରିଥିବା ବେଳେ ସେ ସମୟରେ ସ୍ମୃତୀ ସମସ୍ତଙ୍କୁ ଜଣାଇଛନ୍ତି ।

jagran.com

କର୍କଟ ରୋଗର ଚିକିତ୍ସା ଚାଲିଥିବା ସମୟରେ ସୋନାଲୀଙ୍କ ମନରେ କ’ଣ ଚାଲିଥିଲା, ତାହା ସେ ଜଣାଇଛନ୍ତି । ମୋର ସର୍ଜରୀ ଏବଂ କେମୋଥେରାପି ଚାଲିଥିବା ସମୟରେ ବହୁତ କଷ୍ଟ ହୋଇଥିଲା । ସମସ୍ତେ ମୋତେ ନେଇ ଚିନ୍ତିତ ଥିବା ବେଳେ ମୋ ମନରେ କେବେ ହେଲେ ମରିବାର ଭାବନା ଆସି ନଥିଲା । ମୁଁ ଜାଣିଥିଲି ମୋତେ ସଂଘର୍ଷ କରିବାକୁ ହେବ । କିନ୍ତୁ କେବେ ହେଲେ ମୁଁ ମରିଯିବି ବୋଲି ଭାବି ନଥିବା କହିଛନ୍ତି ସୋନାଲୀ ବେନ୍ଦ୍ର ।

ସମ୍ବନ୍ଧିତ ଖବର