ଗମ୍ଭୀର ହେବାରେ ଲାଗିଛି ସୋନାଲିଙ୍କ ସ୍ୱାସ୍ଥ୍ୟବସ୍ଥା,ଶରୀରରେ ଆସିଲାଣି ଅନେକ ପରିବର୍ତ୍ତନ

ମୁମ୍ବାଇ : କିଛି ଦିନ ତଳେ ସୋସିଆଲ ମିଡ଼ିଆ ଜରିଆରେ ନିଜ ରୋଗ ବିଷୟରେ ଜଣାଇଥିଲେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । କର୍କଟ ରୋଗର ଶିକାର ହେବା କଥା ସମ୍ନାକୁ ଆସିବା ପରେ ସେ ରିୟାଲିଟି ସୋ’ ଛାଡ଼ି ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇ ପହଞ୍ଚିଥିଲେ । ବିଭିନ୍ନ ସମୟରେ ସେ ନିଜ ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ତ ତଥ୍ୟ ନିଜ ପ୍ରଶଂସକଙ୍କୁ ଦେଇଥାନ୍ତି । ଫଟୋ କି ଭିଡ଼ିଓ ମାଧ୍ୟମରେ ହେଉ ସେ ନିଜର ଦୁଃଖକୁ ସମସ୍ତଙ୍କ ସହ ସହ ବାଣ୍ଟିଥାନ୍ତି । କିଛି ଦିନ ତଳେ ତାଙ୍କର ଲଣ୍ଡା ହେବାର ଫଟୋ ଭାଇରାଲ ହୋଇଥିଲା । ଯାହା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଥିଲା । ଏବେ ତାଙ୍କର ଆଉ ଏକ ଫଟୋ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

NDTV.com

ଏହି ଫଟୋରେ ତାଙ୍କ ଆଖି ତଳ କଳା ପଡ଼ି ଯାଇଥିବା ବେଳେ ତାଙ୍କ ଶରୀରର ଓଜନରେ ଅନେକ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି । ଗତକାଲି ଇର୍‌ଫାନ୍‌ ଖାନ୍‌ଙ୍କ ସ୍ୱସ୍ଥ୍ୟବସ୍ଥା ବିଗିଡ଼ିବାରୁ ସେ େଓ୍ଵବ୍‌ ସିରିଜ୍‌ର ସୁଟିଂ ଛାଡ଼ିଥିବା ଖବର ସାମ୍ନାକୁ ଆସିଥିଲା । ଏକା ସାଙ୍ଗ ଦୁଇ ଲୋକପ୍ରିୟ କଳାକାରଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ସେମାନଙ୍କ ପ୍ରଶଂସକୁ ଦଃଖିତ କରିଛି ।

ସମ୍ବନ୍ଧିତ ଖବର