ସୋନାଲି ବେନ୍ଦ୍ରେଙ୍କୁ ଜଣେ କ୍ରିକେଟର ଅପହରଣ କରିଥାନ୍ତେ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କର ଏବେ ବିଦେଶରେ ଚିକିତ୍ସା ଚାଲିଛି। ସେ କର୍କଟ ରୋଗରେ ଆକ୍ରାନ୍ତ। ହେଲେ ଆପଣ କ’ଣ ଜାଣନ୍ତି କିି ତାଙ୍କୁ ଜଣେ ପାକିସ୍ତାନୀ କ୍ରିକେଟର ଅପହରଣ କରି ନେଇଯିବେ ବୋଲି କହିଥିଲେ। ହଁ, ଏହି ପାକିସ୍ତାନୀ କ୍ରିକେଟରଜଣକ ହେଲେ ସୋଏବ ଅଖତର୍‌। ସେ ରାଓଲପିଣ୍ଡି ଏକ୍ସପ୍ରେସ୍‌ ନାଆଁରେ ଲୋକପ୍ରିୟ। ଏହି କ୍ରିକେଟର ସୋନାଲି ବେନ୍ଦ୍ରେଙ୍କୁ ଏକତରଫା ପ୍ରେମ କରୁଥିଲେ।
ସୋଏବ ଅଖତର ସୋନାଲିଙ୍କ ପ୍ରେମରେ ଏଭଳି ପାଗଳ ଥିଲେ ଯେ, ସବୁବେଳେ ନିଜ ପର୍ସରେ ସୋନାଲିଙ୍କ ଫଟୋ ରଖୁଥିଲେ।

କୁହାଯାଏ ଯେ, ଭାରତକୁ ଥରେ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଆସିଥିବାବେଳେ ସୋନାଲି ବେନ୍ଦ୍ରେଙ୍କ ସହିତ ସୋଏବ ଅଖତର ଙ୍କର ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ହିଁ ସୋଏବ୍‌ ସୋନାଲିଙ୍କ ଉପରେ ଫିଦା ହୋଇଥିଲେ । ସୋନାଲିଙ୍କ ସଂପର୍କରେ ଥରେ ସୋଏବ ଅଖତର ଥରେ କହିଥିଲେ ଯେ,ସୋନାଲି ଯଦି ତାଙ୍କୁ ବାହା ହେବାର ପ୍ରସ୍ତାବ ସ୍ୱୀକାର କରନ୍ତ ନାହିଁ ,ତେବେ ସେ ତାଙ୍କୁ ଅପହରଣ କରି ନେଇଯିବେ।

ସମ୍ବନ୍ଧିତ ଖବର