ସୋନମ୍‌ଙ୍କର ପ୍ରଥମ ପ୍ରେମିକ ନୁହଁନ୍ତି ଆନନ୍ଦ!

ବଲିଉଡ଼୍‍ର ଲୋକପ୍ରିୟ ନାୟକ ସୋନମ୍‌ କପୁର ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କ ଆଗରୁ ଅନ୍ୟ କେତେଜଣଙ୍କ ପ୍ରେମ ସଂପର୍କ ରଖିଥିଲେ। ବଲିଉଡ଼୍‍ରେ ରଣବୀର କପୁରଙ୍କୁ ପ୍ରଥମେ ଡ଼େଟ୍‌ କରୁଥିବା ନେଇ ଚର୍ଚ୍ଚାରେ ରହିଥିଲେ ସୋନମ୍‌। କିନ୍ତୁ ଦୀପିକା ପାଦୁକୋନ୍‌ଙ୍କର ଏଣ୍ଟ୍ରି ଫଳରେ ଉଭୟଙ୍କ ସଂପର୍କରେ ଫାଟ ହୋଇଥିଲା। ସୋନମ୍‌ କପୁର ରଣବୀରଙ୍କ ସହିତ ଆଫେଆର୍‌ କଥା ‘କଫି ଓ୍ଵିଥ୍‌ କରନ୍‌’ ସୋ’ରେ ଜଣାଇଥିଲେ ।
ଏହାପରେ ପୁତୁରା ନିର୍ଦ୍ଦେଶକ ପୁନୀତ୍‌ ମାଲହୋତ୍ରାଙ୍କୁ ଡ଼େଟ୍‌ କରିଥିଲେ ସୋନମ୍‌ କପୁର।ଏ ଦୁହେଁ ଲଗାତାର ଦୁଇ ବର୍ଷ ଯାଏଁ ଡ଼େଟ୍‌ କରିଥିଲେ।
ପୁନୀତ୍‌ଙ୍କ ସହିତ ବ୍ରେକଅପ୍‌ ହେବାପରେ ସୋନମ୍‌ କପୁର ବିଜିନେସ୍‌ ମ୍ୟାନ୍‌ ସାହିର୍‌ ବୈରୀଙ୍କ ସହ ପ୍ରେମ ସଂପର୍କ ଯୋଡ଼ିଥିଲେ। ସୋନମ୍‌ କପୁରଙ୍କ ସହିତ ସାହିର ବୈରାଙ୍କର ଆଫେଆର୍‌ ବି ବେଶି ଦିନ ଚାଲି ନଥିଲା।

photo-navbharattimes

ଏହି ପ୍ରେମୀ ଯୁଗଳଙ୍କର ବ୍ରେକ୍‌ ହୋଇଥିଲା ତା’ପରେ ବଲିଉଡ଼୍‍ର ମସକକଲି ଗର୍ଲ ସୋନମ୍‌ ଆନନ୍ଦ ଆହୁଜାଙ୍କୁ ଡ଼େଟ୍‌ କରିଥିଲେ। ଏଇ ମଇ ୮ ତାରିଖରେ ବଲିଉଡ଼୍‍ର ଏହି ନାୟିକ ସୋନମ୍‌ କପୁର ଦିଲ୍ଲୀର ବିଜିନେସ୍‌ମ୍ୟାନ୍‌ ଆନନ୍ଦ ଆହୁଜାଙ୍କ ବାହା ହେବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର