ବିବାହ ପରେ କାହିଁକି ବାରମ୍ବାର ନାମ ବଦଳାଉଛନ୍ତି ସୋନମ୍‌ କପୁର !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ସୋନମ କପୁର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ବାରମ୍ବାର ନିଜର ନାମ ବଦଳାଉଛନ୍ତି । ପ୍ରଥମତଃ ତାଙ୍କର ମୂଳ ନାମ ସୋନମ କପୁର। ବିବାହ ପରେ ସେ ନିଜ ନାମ ସୋନମ୍‌ କପୁର ଆହୁଜା ରଖିବେ ବୋଲି ସୂଚନା ମିଳିଲା। ଏବେ ତାଙ୍କ ନାମ ସୋନମ୍‌ କେ ଆହୁଜା ହେବ ବୋଲି ନିଶ୍ଚିତ ହୋଇଛି । ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଏହି ଅଭିନେତ୍ରୀ ପରିଶେଷରେ ନିଜର ନାମ ସୋନମ୍‌ କେ ଆହୁଜା ରଖିବାକୁ ସହମତି ପ୍ରକାଶ କରିଛନ୍ତି।

Hindustan Times

ଏବେ ଆସନ୍ତୁ ଜାଣିବା କାହିଁକି ଏମିତି ନିଜ ନାମରେ ପରିବର୍ତ୍ତନ ଆଣିଛନ୍ତି ସୋନମ୍‌ । ପ୍ରକୃତରେ ଭାରତର ପ୍ରଖ୍ୟାତ ଅଙ୍କ ଜ୍ୟୋତିଷ ସଂଜୟ ଜୁମାନୀଙ୍କ ପରାମର୍ଶରେ ସୋନମ କପୁର ଏଭଳି କରିଥିବା କୁହାଯାଉଛି । ସଂଜୟ ଜୁମାନୀ ଦର୍ଶାଇଥିଲେ ଯେ ଯଦି ସୋନମ୍‌ ନିଜ ନାମ ସହିତ ଆହୁଜା ଶବ୍ଦ ଯୋଡ଼ିବେ ତେବେ ତାଙ୍କର ବ୍ୟକ୍ତଗତ ଓ ବୃତ୍ତିଗତ ଜୀବନ ଉପରେ କୁପ୍ରଭାବ ପଡ଼ିବ । କିନ୍ତୁ ଯଦି ସେ ତାଙ୍କ ନାମ ସୋନମ୍‌ କେ ଆହୁଜା ରଖିବେ, ତେବେ ତାହା ତାଙ୍କ ପାଇଁ ଭଲ ହେବ । ତାଙ୍କର ଏହି ପରାମର୍ଶକୁ ଗ୍ରହଣ କରିଛନ୍ତି ସୋନମ କପୁର । ସୋନମ କପୁରଙ୍କ ସ୍ୱାମୀ ଆନନ୍ଦ ଆହୁଜା ବି ଅଙ୍କ ଜ୍ୟୋତିଷରେ ଖୁବ୍‌ ବିଶ୍ୱାସ କରନ୍ତି । ଆନନ୍ଦ ଅଧିକାଂଶ ସମୟରେ ସଂଜୟ ଜୁମାନୀଙ୍କ ପରାମର୍ଶ ଲୋଡ଼ିଥାନ୍ତି ।

ସମ୍ବନ୍ଧିତ ଖବର