ତୁମେ ମୁସଲମାନଙ୍କୁ ଭଲପାଅ କି ? ଏହି ପ୍ରଶ୍ନ ପଚରା ଯିବା ପରେ ଏଭଳି ଉତ୍ତର ରଖିଲେ ସୋନମ କପୁର

ମୁମ୍ବାଇ : ନିଜର ସ୍ପଷ୍ଟବାଦୀ ଗୁଣ ପାଇଁ ବଲିଉଡ୍‌ରେ ପରିଚିତ ଅଭିନେତ୍ରୀ ସୋନମ କପୁର । କୌଣସି ବି ମାମଲାକୁ ନେଇ ନିଜର ମତକୁ ସେ ସମସ୍ତଙ୍କ ଆଗରେ ରଖିଥାନ୍ତି । ବ୍ୟକ୍ତିଗତ ଜୀବନକୁ ନେଇ ହେଉ କି ପେସାଦାର ଜୀବନ ହେଉ, ସବୁ କ୍ଷେତ୍ରରେ ସେ ନିଜ ମତକୁ ଖୋଲାଖୋଲି ବ୍ୟକ୍ତ କରିଥାନ୍ତି । କୌଣସି ବି ପ୍ରଶ୍ନର ଉତ୍ତର ଦେବା ପାଇଁ ସେ ପଛଘୁଞ୍ଚା ଦେଉ ନ ଥିବା ବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ସେ ଠିକ୍‌ ସେପରି କରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ସେ ମୁସଲମାନମାନଙ୍କୁ ଭଲ ପାଆନ୍ତି କି ନାହିଁ ବୋଲି ପଚରାଯିବା ପରେ ପ୍ରଶ୍ନର ତୁରନ୍ତ ଉତ୍ତର ରଖିଥିଲେ ସୋନମ। ।

oneindia.com

ସୂଚନା ମୁତାବକ, ଫଟୋ ସେୟାରିଙ୍ଗ ଆପ୍‌ ଇନ୍‌ଷ୍ଟାଗ୍ରାମ୍‌ ଏବେ ଏକ ନୂଆ ଫିଚର ଆଡ଼୍‍ କରିଛି, ଯେଉଁଥିରେ ଫଲୋୟରମାନେ ଫଲୋ କରୁଥିବା ବ୍ୟକ୍ତିଙ୍କୁ କିଛି ବି ପ୍ରଶ୍ନ କରି ପାରିବେ । ଏହି ନୂଆ ଫିଚର ଜରିଆରେ ଇନ୍‌ଷ୍ଟାଗ୍ରାମରେ ସୋନମଙ୍କ ଜଣେ ଫଲୋୟର ତାଙ୍କୁ ମୁସଲମାନମାନଙ୍କୁ ଭଲ ପାଆନ୍ତି କି ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନ ପଢ଼ି ମୁଁ ସବୁ ଧର୍ମର ଲୋକମାନଙ୍କୁ ଭଲପାଏ ଏବଂ ସମ୍ମାନ କରେ । ହିନ୍ଦୁ ଧର୍ମ ଏହା ହିଁ ଶିଖାଇଥାଏ ବୋଲି ସୋନମ ଜବାବ ରଖିଥିଲେ ।

ସମ୍ବନ୍ଧିତ ଖବର