ଆଉ କିଛି ଦିନ ପରେ ଏକରୁ ଦୁଇ ହେବେ ସୋନମ, କରଣ ଜୋହର୍‌ ଦେବେ ଏକ ଜବରଦସ୍ତ ସର୍‌ପ୍ରାଇଜ୍‌!

ମୁମ୍ବାଇ: ଚଳିତବର୍ଷ ଅନେକ ବଲିଉଡ୍‌ ଷ୍ଟାର୍‌ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ଗତ କିଛି ମାସ ତଳେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ପାଲଟିଥିଲା। ଏବେ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ତଥା ଅନୀଲ ପକୁରଙ୍କ ଅଲିଅଳୀ କନ୍ୟା ସୋନମ କପୁର୍‌। ସୋନମ ଆଉ କିଛି ଦିନ ମଧ୍ୟରେ ବିଶିଷ୍ଟ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବେ। ସୋନମଙ୍କ ବିବାହକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ମାଆ ସୁନୀତା।

ଜାଣିବାକୁ ମିଳିଛି ଯେ ସୋନମଙ୍କ ବିବାହରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ନୃତ୍ୟ ପ୍ରଦର୍ଶନ କରିବେ। ଏହାକୁ କୋରିଓଗ୍ରାଫି କରିବେ ଫର୍‌ହା ଖାନ୍‌। ଆହୁରି ବି ଶୁଣିବାକୁ ମିଳୁଛି ଯେ କରଣ ଜୋହର୍‌ ସୋନମ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ପ୍ରେମ୍‌ ରତନ୍‌ ଧନ ପାଓ’ ଗୀତରେ ନୃତ୍ୟ ପ୍ରଦର୍ଶନ କରି ସୋନମଙ୍କୁ ସର୍‌ପ୍ରାଇଜ୍‌ ଦେବାକୁ ଚାହାନ୍ତି। ତେବେ ଏହି ସ୍ୱତନ୍ତ୍ର ସର୍‌ପ୍ରାଇଜ୍‌ରେ ଫର୍‌ହା ବି ସାମିଲ୍‌ ରହିବେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର