ବିବାହ ତାରିଖ ଘୋଷଣା କଲେ ସୋନମ କପୁର, ଜେନିଭାରେ ପରସ୍ପରର ହାତ ଧରିବେ ସୋନମ ଏବଂ ଆନନ୍ଦ

ମୁମ୍ବାଇ : କିଛି ଦିନ ତଳେ ଗୋପନରେ ବିବାହ କରିଥିଲେ ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା । ତାଙ୍କ ବିବାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ଆଉ ଜଣେ ବଲିଉଡ଼ କଳାକାରଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କପୁର ଖାନ୍‌ଦାନ୍‌ର ଅଳିଅଳି ଝିଅ ସୋନମ କପୁର ଖୁବ୍‌ ଶୀଘ୍ର ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଜଣା ପଡ଼ିଛି । ଦୀର୍ଘ ଦିନ ଧରି ନିଜ ବିବାହ ଦିନକୁ ଗୋପନ ରଖିଥିବା ସୋନମ ଏହାର ଖୁଲାସା କରିଛନ୍ତି ।

The Indian Express

ବିବାହ ଦିନ ଘୋଷଣା କରିବା ସହ କେଉଁ ଦେଶରେ ବିବାହ କରିବେ ତାହା ମଧ୍ୟ ସେ ଜଣାଇଛନ୍ତି । ମେ ମାସ ୧୧ ଏବଂ ୧୨ ତାରିଖରେ ସ୍ୱିଜର୍‌ଲ୍ୟାଣ୍ଡର ଜେନିଭା ସହରରେ ସେ ବିବାହ କରିବେ ବୋଲି ଜଣା ପଡ଼ିଛି । ହିନ୍ଦୁ ଧର୍ମ ଅନୁସାରେ ବିବାହ କରାଯିବା ବୋଲି ଜଣାପଡ଼ିବା ସହ ପିତା ଅନିଲ କପୁର ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ଜଣା ପଡ଼ିଛି । ବିବାହ ଦିନ ସମସ୍ତଙ୍କ ଠାରୁ ଅଲଗା ଦିଶିବା ପାଇଁ ସୋନମ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । କିଛି ଦିନ ତଳେ ସେ କୋଲକାତାର ଏକ ସୋରୁମ୍‌ରୁ ଆନନ୍ଦଙ୍କ ମା’ଙ୍କ ସହ ଗହଣା କିଣୁଥିବାର ଦେଖିବାକୁ ମିଳିଥିଲା । ତେବେ ବିରୁଷ୍କାଙ୍କ ଭଳି ନିଜ ବିବାହକୁ ସେ କେତେ ଚର୍ଚ୍ଚିତ କରାଇ ପାରୁଛନ୍ତି ତାହା ବିବାହ ପରେ ହିଁ ଜଣା ପଡ଼ିବ ।

ସମ୍ବନ୍ଧିତ ଖବର