ସୁଇଜର୍‌ଲାଣ୍ଡରେ ହୋଟେଲ୍‌ ନ ମିଳିବାରୁ ମୁମ୍ବାଇରେ ବିବାହ କରିବେ ସୋନମ କପୁର !

ମୁମ୍ବାଇ : ଏହି କିଛି ଦିନ ହେବ ବଲିଉଡ଼ ଅଭିନେତ୍ରୀ ସୋନମ କପରୁ ଏବଂ ତାଙ୍କ ପ୍ରେମୀ ଆନନ୍ଦ ଆହୁଜାଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି । କେଉଁଠି ବିବାହ କରିବେ,କ’ଣ ପିନ୍ଧିବେ ସେ ନେଇ ପ୍ରସ୍ତୁତି ଆରମ୍ଭ ହେବା ସହ ପ୍ରଶଂସକମାନଙ୍କ ମନରେ ଉତ୍ସାହ ବଢ଼ିବାରେ ଲାଗିଛି । ଗତ ବର୍ଷ ବିବାହ କରିଥିବା କ୍ରିକେଟର ବିରାଟ କୋହଲି ଏବଂ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ବେଶ୍‌ ଚର୍ଚ୍ଚିତ ଥିଲା।
ସେମାନଙ୍କ ଭଳି ସୋନମ ଏବଂ ଆନନ୍ଦ ମଧ୍ୟ କିଛି ନୂଆ ଢ଼ଙ୍ଗରେ ବିବାହ କରିବେ ବୋଲି ଅନେକ ଭାବୁଥିବା ବେଳେ ସେମାନଙ୍କ ଭାବନା ଭାବନାରେ ରହିଯିବ ବୋଲି ଜଣା ପଡ଼ିଛି । ପୂର୍ବରୁ ସୋନମ ଏବଂ ଆନନ୍ଦ ସୁଇଜର୍‌ଲାଣ୍ଡରେ ବିବାହ କରିବେ ବୋଲି ଘୋଷଣା କରି ସାରିଥିବା ବେଳେ ଏବେ ସେଥିରେ କିଛି ପରିବର୍ତ୍ତନ ଆସିଥିବା ଜଣା ପଡ଼ିଛି । ସୁଇଜର୍‌ଲାଣ୍ଡରେ ସ୍ଥାନ ନମିଳିବାରୁ ସୋନମ ମୁମ୍ବାଇରେ ବିବାହ କରିବେ ବୋଲି ଜଣା ପଡ଼ିଛି । ସୁଇଜର୍‌ଲାଣ୍ଡର ଏକ ପ୍ରସିଦ୍ଧ ହୋଟେଲରେ ସୋନମ ଏବଂ ତାଙ୍କ ଭଉଣୀ ରୀୟା ଯାଇ କଥାବାର୍ତ୍ତ ହୋଇଥିଲେ ମଧ୍ୟ ତା’ଙ୍କୁ ସେ ହୋଟେଲରେ ସ୍ଥାନ ମିଳି ପାରିବ ନାହିଁ ବୋଲି ହୋଟେଲ ତରଫରୁ କୁହାଯାଇଥିଲା । ଏଠାରେ ମୁଁ ବିବାହ କଲେ ଆପଣଙ୍କ ହୋଟେଲର ନାଁ ଚାରିଆଡ଼େ ଚର୍ଚ୍ଚାରେ ରହିବ ବୋଲି କହି ମଧ୍ୟ ସୋନମ ହୋଟେଲ ବୁକ୍‌ କରି ପାରିନଥିଲେ । ଏହା ହୋଟେଲର ‘ପେହେଲେ ଆଓ ପେହେଲେ ପାଓ’ ନିୟମର ବିରୋଧ ବୋଲି କହି ହୋଟେଲ ତରଫରୁ ବୁକିଙ୍ଗ୍‌ ପାଇଁ ମନା କରାଯାଇଥିଲା ।

DNA India

କାରଣ ପ୍ରଥମରୁ ସାଉଦିର ରାଣୀ ସେହି ହୋଟେଲର ସମସ୍ତ ରୁମ୍‌ ବୁକ୍‌ କରି ନେଇଥିଲେ । ଏତେ ସବୁ ଚେଷ୍ଟା କରି ବିଫଳ ହେବା ପରେ ସୋନମ ଏବେ ମୁମ୍ବାଇରେ ହୋଟେଲ ଖୋଜୁଥିବା ଜଣା ପଡ଼ିଛି । ତେବେ ଶେଷରେ ସୋନମ କେଉଁଠି ଏବଂ କେମିତି ବିବାହ କରିବେ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର